ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର୍ ।

286

କନକ ବ୍ୟୁରୋ: ନୂଆପଡ଼ା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯିବାରୁ ଟ୍ରକ ଭିତରେ ଜୀଅନ୍ତା ଜଳିଗଲେ ଡ୍ରାଇଭର । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ବି ଡ୍ରାଇଭରଙ୍କୁ ବଂଚାଇପାରି ନାହାନ୍ତି । ଷ୍ଟିଅରିଂ ଓ ସିଟ୍ ମଧ୍ୟରେ ଚାପି ହୋଇ ରହିଥିବାରୁ ଡ୍ରାଇଭରଙ୍କୁ ଜଳନ୍ତା ଟ୍ରକରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଆଗରେ ଯାଉଥିବା ଟ୍ରକ ହଠାତ ବ୍ରେକ ମାରିବା ପରେ ଦୁର୍ଘଟଣା ଘଟିଛି । ଉଭୟ ଟ୍ରକ ରାଜସ୍ଥାନ ଅଂଚଳର ହୋଇଥିବା ଜଣାପଡ଼ିଛି ।