କନକ ବ୍ୟୁରୋ : ବଲାଙ୍ଗୀର ଦେଓଗାଁ ରାସ୍ତାରେ ଦୁର୍ଘଟଣା । ଜଳିଗଲା ପିକଅପ୍ ଭ୍ୟାନ, ଡ୍ରାଇଭର ମଧ୍ୟ ଜଳି ଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ୨୬ରେ ଏହି ଦୁର୍ଘଟଣା ଘଟିଛି । ଦେଓଗାଁ ଥାନା ଅନ୍ତର୍ଗତ ହାଇସ୍କୁଲ ଛକଠାରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ଟ୍ରାକ୍ଟର ସହ ଆମ୍ବ ବୋଝେଇ ହୋଇଥିବା ଏକ ପିକ୍ଅପ୍ ଭ୍ୟାନର ଧକ୍କା ହୋଇଥିଲା । ଟ୍ରାକ୍ଟରର ଟ୍ରଲି ଓଲଟି ପଡ଼ିଥିବା ବେଳେ ପିକ୍ଅପ୍ ଭ୍ୟାନରେ ନିଆଁ ଲାଗି ଯାଇଥିଲା ।

Advertisment

ରାସ୍ତା ମଝିରେ ଜଳି ଯାଇଥିଲା ପିକ୍ଅପ୍ ଭ୍ୟାନ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଜଳନ୍ତା ଗାଡ଼ିରୁ ବାହାରି ପାରିନଥିଲେ ଡ୍ରାଇଭର । ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଗାଡ଼ି ସହ ଡ୍ରାଇଭର ଜଳି ଯାଇଥିବା ସୂଚନା ମିଳିଛି । ଦେଓଗାଁ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇ ସାରିଥିଲା । ଅନ୍ୟପଟେ ଟ୍ରାକ୍ଟର ଡ୍ରାଇଭର ଫେରାଇ ହୋଇ ଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।