କନକ ବ୍ୟୁରୋ: ଗାଡି ଚଳାଉଥିଲେ, ଭଡା ଘରେ ରହୁଥିଲେ ହେଲେ ଆଇପିଏଲ ମ୍ୟାଚ୍ ବଦଳାଇଦେଲା ଭାଗ୍ୟ । ଦିନକରେ ବନିଗଲେ କୋଟିପତି । ଏ ହେଉଛି ମଧ୍ୟପ୍ରଦେଶ ବଡୱାନୀ ଜିଲ୍ଲାରେ ରହୁଥିବା ଶାହବୁଦ୍ଦିନ ମନସୁରୀଙ୍କ କାହାଣୀ ।

Advertisment

ପେଶାରେ ଡ୍ରାଇଭର । ଏକ ଛୋଟ ବଖରାରେ ପିଲାଛୁଆଙ୍କୁ ନେଇ ଭଡାରେ ରହୁଥିଲେ । ହେଲେ କିଛି ମାତ୍ର ଘଣ୍ଟାରେ ବଦଳିଗଲା ଶାହବୁଦ୍ଦିନଙ୍କ ଭାଗ୍ୟ । ଏବେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ସମ୍ପର୍କୀୟଙ୍କ ଗହଳି ।

ସେଙ୍ଘବା ବାବା କଲୋନୀରେ ରୁହନ୍ତି ଶାହବୁଦ୍ଦିନ ମନସୁରୀ । ଗତ ୨ ବର୍ଷ ଧରି ସେ ଅନଲାଇନ୍ ଗେମିଙ୍ଗ ଆପ୍ କରି ନିଜ ଭାଗ୍ୟ ପରଖୁଥିଲେ । ରବିବାର କୋଲକାତା ଓ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହବୁଦ୍ଦିନ୍ ୪୯ ଟଙ୍କା ଦେୟ ଥିବା କାଟାଗରୀରେ ଟିମ୍ ବନାଇ ପ୍ରଥମ ସ୍ଥାନ ପାଇଥିଲେ ପ୍ରଥମ ସ୍ଥାନ ପାଇବାରୁ ତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଏତେ ଟଙ୍କା ପାଇ ତାଙ୍କ ପରିବାର ଲୋକଙ୍କ ଖୁସି ସୀମା ନାହିଁ । ଏହି ଟଙ୍କାରୁ ଶାହବୁଦଦିନ୍ ୨୦ ଲକ୍ଷ ଟଙ୍କା ଉଠାଇଥିବାବେଳେ ଶୁଳ୍କ ବାବଦରେ ୬ଲକ୍ଷ ଟଙ୍କା କଟିଯାଇଛି ।