କନକ ବ୍ୟୁରୋ : ଚାଲାଣ କାଟିବାରୁ ପୋଲିସ ଭ୍ୟାନକୁ ଡ୍ରୋଜରରେ ଓଲଟାଇଦେଲା ଡ୍ରୋଜର ଚାଳକ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣାଟି ଘଟିଛି ମାଲେସିଆର ସବାହରେ ।
ପ୍ରକୃତ ଘଟଣାଟି ହେଉଛି, ମାଲେସିଆ ପୋଲିସ ଚେକିଂ କରୁଥିବା ସମୟରେ ଏକ ଡ୍ରୋଜରର ଚାଲାଣ କାଟିଥିଲା । ଚାଲାଣ କଟିବା ପରେ ଚାଳକ ରାଗିଯାଇ ପୋଲିସ ଗାଡି ଉପରେ ଡ୍ରୋଜର ଚଢାଇଦେଇଥିଲା । ପୋଲିସ କର୍ମୀଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଏନେଇ ପଚାରିବାକୁ ଚାଳକ କହିଛନ୍ତି, ବିନା କାରଣରେ ପୋଲିସ ମୋର ଚାଲାଣ କାଟିଛି । ତେଣୁ ଏହି କାରଣରୁ ରାଗିଯାଇ ଏପରି କରିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଦ ରୟାଲ ମାଲେସିଆ ପୋଲିସ ଡ୍ରାଇବରକୁ ଗିରଫ କରିଛି ।