କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଟିକାକରଣ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ଲେଖାଥିବା ସୂଚନା ମୁତାବକ, ଏହି ଡ୍ରାଇଭ୍-ଇନ୍ ଟିକାକରଣ କୋଭିଡ୍ ଟିକାକରଣ ନିୟମ ଉଲ୍ଲଘଂନ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ମୁତାବକ, କୋଭିଡ୍ ଟିକାକରଣ ସମୟରେ ପଯ୍ୟାପ୍ତ ଜାଗା, ଭ୍ୟାକ୍ସିନେସନ ରୁମ୍ ଏବଂ ଅପେକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ । ହେଲେ ଡ୍ରାଇଭ୍-ଇନ୍ ଭ୍ୟାକ୍ସିନେସନ ହେଲେ ଏହି ନିୟମର ଉଲ୍ଲଘଂନ ହେଉଛି । କିଛି ସ୍ଥାନରେ ଲୋକମାନେ ଅଧ ଘଣ୍ଟା ପାଇଁ ଅପେକ୍ଷା ନକରି ଚାଲି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ଡ୍ରାଇଭ୍-ଇନ୍ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି । ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ । #Vaccination#OdishaFightsCoronapic.twitter.com/ytI8TdyPQB
— Kanak News (@kanak_news) May 19, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/15-5.jpg)