ଭୁବନେଶ୍ୱରର ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ : ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା 

228

କନକ ବ୍ୟୁରୋ : ବିଏମସି ପକ୍ଷରୁ ଏକ୍ସପ୍ଲାନେଡ୍ ମଲ ପାର୍କିଂ ସ୍ଥଳୀରେ ଡ୍ରାଇଭ-ଇନ ଟିକା ଅଭିଯାନ ସଫଳ ହେବା ପରେ ଆଜିଠାରୁ ଆଉ ୩ଟି ସ୍ଥାନରେ ସେହିଭଳି ଟିକା ଦେବାକୁ ସ୍ଥିର କରିଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ, କଳ୍ପନା ଛକରେ ଥିବା ଉକ୍ରଳ କନିକା ଗ୍ୟାଲେରିଆ ମଲ ସମେତ କିଟ ବିଶ୍ୱବିଦ୍ୟାଳୟର କ୍ରିକେଟ ଷ୍ଟାଡିୟମକୁ ବଛାଯାଇଛି ।

ଏଠାରେ ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା ହୋଇଛି । ସାକଳ ୮ଟା ୩୦ରୁ ଏସବୁ ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି । ତେବେ ଟିକାଦାନ ସ୍ଥଳରେ ଲୋକେ ନିଜ ଗାଡିରୁ ଓହ୍ଲାଇବେ ନାହିଁ । କାର, ବାଇକ କିମ୍ବା ଅଟୋରେ ପାର୍କିଂସ୍ଥଳୀକୁ ଆସିବେ । ନିଜ ମୋବାଇଲ ନମ୍ବର କହି ଭିତରକୁ ପ୍ରବେଶ କରିବା ପରେ ଗାଡିରେ ବସି ରହିବେ । ପ୍ରସ୍ଥାନ ଦ୍ୱାରରେ ଟିକା ନେଇ ପଦାକୁ ବାହାରିବେ । ବାହାରେ ପ୍ରାୟ ଅଧଘଂଟା ବିଶ୍ରାମ ନେବା ପରେ ଘରକୁ ଫେରିବେ ।