ବ୍ରିିଟେନରେ ମିଳୁନାହାଁନ୍ତି ଟ୍ରକ୍ ଡ୍ରାଇଭର । ଗୁରୁତର ହେଉଛି ଖାଦ୍ୟାଭାବ ସମସ୍ୟା

196

କନକ ବ୍ୟୁରୋ: କରୋନା ମହାମାରୀଙ୍କୁ ନେଇ ସବୁ ଦେଶରେ ଊଣାଅଧିକେ ଖାଦ୍ୟ ସମସ୍ୟା ଦେଖାଯାଉଥିବାବେଳେ ବ୍ରିଟେନ ପରି ଏକ ଆଗୁଆ ଦେଶରେ ଏହି ସମସ୍ୟା ଉକ୍ରଟ ରୂପ ନେଉଛି ।ତାହା ପୁଣି ଟ୍ରକ୍ ଡ୍ରାଇଭରଙ୍କ ପାଇଁ । କଥା ହେଉଛି , ଏଠାରେ ପଣ୍ୟ ଦ୍ରବ୍ୟ ପରିବହନକାରୀ ଲୋରୀ ଟ୍ରକ ଚଳାଇବାକୁ ମିଳୁନାହାଁନ୍ତି ଡ୍ର୍ରାଇଭର । ବାର୍ଷିକ ୭୮ ଲକ୍ଷ ଟଙ୍କା ଦରମା ଜାଚିଲେ ବି ଲୋରୀ ଟ୍ରକ୍ ଚଲାଇବାକୁ ଆସୁନାହାଁନ୍ତି ଡ୍ରାଇଭର । ଯଦ୍ଦ୍ୱାରା ବିଭିନ୍ନ ସ୍ଥାନକୁ ଖାଦ୍ୟ ସାମଗ୍ରୀ ପରିବହନ ହୋଇପାରୁନାହିଁ । ଫଳରେ ସୁପର ଫୁଡ ମାର୍କେଟ ଗୁଡିକ ଖାଲି ପଡିଛି । ଏହାସହ ଅଧିକ ପ୍ରଭାବିତ ହେଉଛି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଷ୍ଟେସନ୍ । ଏମାନେ ନାହିଁନଥିବା କ୍ଷତି ସହୁଛନ୍ତି । କିଛି ସ୍ଥାନରେପ୍ରେଟ୍ରାଲ ପମ୍ପ ଓ ଗ୍ୟାସ ଷ୍ଟେସନ ଗୁଡିକ ବନ୍ଦ ହେବାର ଦେଖାଯାଉଛି ।

 

ଏଭଳି ସ୍ଥିତିରେ ଆଗକୁ ଆଉ ଖାଦ୍ୟ ସାମଗ୍ରୀ ମିଳିବ କି ନାହିଁ ସେ ଚିନ୍ତାରେ ଦେଶ ବାସୀ । ସୂଚନା ମୁତାବକ, ଏହି ସମସ୍ୟା ଦୂର କରିବାକୁ ଲୋରୀ ଟ୍ରକ୍ ଚଲାଇବାକୁ ସୈନିକ ମାନଙ୍କୁ ମୁତୟନ କରିବାକୁ ଯୋଜନା କରୁଛନ୍ତି ବ୍ରିଟେନ ସରକାର । ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନକୁ ଅଧିକାଂଶ ଲୋରୀ ଡ୍ରାଇଭର ୟୁରୋପୀୟ ରାଷ୍ଟ୍ର୍ରରୁ ଆସିଥାନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହେବା ପରେ ନିଜ ନିଜ ଦେଶକୁ ଫେରିଯାଇଛନ୍ତି । ଏବେ କରୋନାର ତୃତୀୟ ଲହରକୁ ନେଇ ପୁଣି ଲୋକେ ଆଙ୍କା ଭିତରେ ଥିବାରୁ ବ୍ରିଟେନରେ ଏବେ ଲକ୍ଷେରୁ ଅଧିକ ଡ୍ରାଇଭରଙ୍କ ଅଭାବ ଦେଖାଦେଇଛି । ଏପରି ସ୍ଥିତିରେ ବାର୍ଷିକ (୬୩ ହଜାର ପାଉଣ୍ଡ) ୭୮ ଲକ୍ଷ ଦରମା ଦେଲେ ବି ଡ୍ରାଇଭର ଆସୁନାହାଁନ୍ତି । ଆଗକୁ ଖାଦ୍ୟାଭାବ ସମସ୍ୟା ଆହୁରି ଗୁରୁତର ହେବ ।ଯାହା ବି ଦ୍ରବ୍ୟ ମିଳିବ ତାହାର ଚଢା ଦାମ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।