ମଦୁଆଙ୍କୁ ପାନେ ଦେବା ପାଇଁ ଗାଁ ଲୋକଙ୍କ ଅଭିନବ ଉପାୟ । ଏଣିକି ମଦ ପିଇ ଆସିଲେ ବନ୍ଧା ହେବେ ଗାଁ ଖୁଂଟରେ

223

କନକ ବ୍ୟୁରୋ : ଗାଁକୁ ମଦ ପିଇ ଆସିଥିଲେ, ବନ୍ଧା ହେଲେ ଖୁଂଟରେ । ଗାଁକୁ ମଦ ପିଇ ଆସିଲେ ମଦୁଆଙ୍କୁ ଏମିତି ମିଳିବ ପେଟେଂଟ୍ ମେଡିସିନ୍ । ବନ୍ଧା ହୋଇ ରହିବେ ଗାଁ ମଝିରେ । ମଦୁଆଙ୍କୁ ପାନେ ଦେବାକୁ ଏପରି ବାଟ ଆପଣାଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସର୍ଗିଗୁଡା ଗାଁରେ ।

ଗାଁରେ ମଦ ବାରଣ ସହିତ ଗାଁକୁ ମଦ ପିଇ ଆସିବା ମଧ୍ୟ ବାରଣ ହୋଇଛି । ଗାଁରେ ମଦ ପିଇ ବାରମ୍ୱାର କଳି ଝଗଡା ବଢିବାକୁ ନେଇ ଏପରି କଟକଣା ଜାରି କରିଥିଲେ ଗ୍ରାମବାସୀ । ଏହାକୁ ଅମାନ୍ୟ କରି ଦୁଇ ଜଣ ମଦ୍ୟପ ମଦ ପିଇ ଗାଁକୁ ଆସିବା ପରେ ସେମାନଙ୍କୁ ଗାଁ ମଝିରେ ଥିବା ଖୁଂଟରେ ବାନ୍ଧି ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ପହଁଚି ଦୁଇ ଜଣଙ୍କୁ ଉଦ୍ଧାର କରିଛି ।