କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକ । ସବୁଠୁ ବଡ ସମସ୍ୟା ହେଉଛି ଗାଁରେ ପିଇବାପାଣି । ପାଣି କୂଳରେ ଥାଇ ବି ପିଇବା ପାଣି ପାଇଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଏ ହେଉଛି କୃଷ୍ଣପ୍ରସାଦ ବ୍ଲକର ଭେଟିବାଉରୀପଲ୍ଲି ଗାଁର ଚିତ୍ର । ଚିଲିକା ଟାପୁରେ ଥିବା ଏହି ଗାଁରେ ୫୦ରୁ ଅଧିକ ପରିବାର ରହୁଛନ୍ତି । ଅନ୍ୟ ସମସ୍ୟା ସହ ପିଇବା ପାଣି ଯୋଗୁ ହନ୍ତସନ୍ତ ହେଉଛନ୍ତି ଲୋକେ । ପୋଖରୀ ପାଣି ପାଲଟିଛି ଲୋକଙ୍କ ଭରସା । ଯେଉଁଠି ଗୃହପାଳିତ ପଶୁ ଗାଧୋଉଛନ୍ତି ସେହି ପାଣିକୁ ମଣିଷ ବି ବ୍ୟବହାର କରୁଛି । ଦୈନଦିନ ଜୀବନରେ ଏହି ପୋଖରୀ ପାଲଟିଛି ଭରସା । ଗାଁକୁ ଭଲ ରାସ୍ତାଟିଏ ନାହିଁ । ପ୍ରତିଥର ଭୋଟ୍ ଆସିଲେ ମିଳିଥାଏ ପ୍ରତିଶ୍ରୁତି । ହେଲେ ସମସ୍ୟା ୧୫ ବର୍ଷ ହେଲା ଲାଗି ରହିଛି । ଗାଁର ସମସ୍ରା ଦୂର ହୋଇପାରୁନି । ଯାହାଫଳରେ ଗାଁର ଲୋକେ ଚଳିତଥର ଭୋଟ୍ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ।
ରାତିପାହିଲେ ଗାଁର ଲୋକେ ଏକାଠି ହୋଇଯାନ୍ତି ପାଣି ମୁନ୍ଦାଏ ପାଇଁ । ଛୋଟରୁ ବଡ ଗରାବାଲଟି ନେଇ ସଂଗ୍ରହ କରନ୍ତି ପାଣି । ଆଉ ଏହି ଦୂଷିତ ପାଣିପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି ଲୋକେ । ପ୍ରତିଥର ଏହି ସମସ୍ୟା ଜଣାଯାଉଛି । ହେଲେ ପାଣି ଯୋଗୁ ରୋଗାକ୍ରାନ୍ତ ହୋଇପଡୁଥିବା ଲୋକଙ୍କ ସମସ୍ୟା ପ୍ରତିଯେମିତି କାହାର ନଜର ନାହିଁ ।
ଗାଁର ଲୋକଙ୍କ ସମସ୍ୟା ପ୍ରତି ଗୁରତ୍ୱ ଦିଆଯାଇ ଖୁବଶିଘ୍ର ପାଣି ବ୍ୟବସ୍ଥା ସହ ଅନ୍ୟ ରାସ୍ତାଘାଯ କରାଯାଇପାରିଲେ ଗାଁର ଲୋକ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/24-11.jpg)