ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ଗଜପତି ଟୁବୁରସିଂରେ ପିଇବା ପାଣି ସମସ୍ୟା, ନାଳରୁ ଦୂଷିତ ପାଣିି ପିଇ ରୋଗାକ୍ରାନ୍ତ ଲୋକେ

48

କନକ ବ୍ୟୁରୋ : ପାହାଡ ତଳକୁ ଆସିଲେ ମିଳୁଛି ପାଣି । ଶୀତ ଦିନରେ ବି ପାଣି ସମସ୍ୟା । ଶୀତ ଦିନ ସରିନି ହେଲେ ଗଜପତି ଟୁବୁରସିଂ ଗାଁରେ ପିଇବା ପାଣି ସମସ୍ୟା ଉପୁଜିଲାଣି । ଗାଁର ଲୋକେ ଦୁଇ କିଲୋମିଟର ପାହାଡ ତଳକୁ ଆସି ପାଣି ସଂଗ୍ରହ କରୁଛନ୍ତି । ତାହା ପୁଣି ନାଳ ପାଣି । ଏହି ଦୂଷିତ ପାଣିକୁ ଲୋକେ ବାଧ୍ୟ ହୋଇ ପିଉଛନ୍ତି । ଆଉ ବିଭିନ୍ନ ରୋଗରେ ପଡୁଛନ୍ତି । ସମସ୍ତ ସମସ୍ୟା ନେଇ ଗାଁର ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ଗାଁରେ ପାଣି ସୁବିଧା କରାଯାଉନି ।