୧୦୦ଟି ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

28

ଭୁବନେଶ୍ୱର : ସଚିବାଳୟରେ  ୧୦୦ଟି ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ଟି ଜିଲ୍ଳାର ୪୧ଟି ସହରାଂଚଳ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ଲୋକାର୍ପଣ ଉତ୍ସବରେ ବହୁ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ଟି ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।  ନୟାଗଡ଼ରେ ଉକ୍ରଟ ହେଉଛି ପିଇବା ପାଣି ସମସ୍ୟା । ମହାନଦୀରୁ ପାଣି ପାଇଁ ଗତ ୪ ବର୍ଷ ହେଲା ଚାହିଁ ବସିଛନ୍ତି ନୟାଗଡ ସହରବାସୀ । ଖୁବଶୀଘ୍ର ଜଳ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁ ପ୍ରତିଶ୍ରୁତି ଦେଇଥିଲେ ବି ବିଶ୍ୱାସକୁ ନେଉନାହାନ୍ତି ନୟାଗଡ଼ ବାସିନ୍ଦା ।

ବ୍ରହ୍ମପୁର ମଧ୍ୟ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୂଅ,ପୋଖରୀ,ନଳକୂପ ଶୁଖିଯାଇଛି । ପାଣି ପାଇପ ବିଛାଯାଇଛି କିନ୍ତୁ ସେଥିରେ ପାଣି ଆସୁନି । ଅସହ୍ୟ ଖରା ସାଙ୍ଗକୁ ଜଳ କୋଷ୍ଟରେ ଲୋକେ ହନ୍ତସନ୍ତ ହୋଇପଡିଛନ୍ତି । କିଛି ଅଂଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି ।