କନକ ବ୍ୟୁରୋ: ସରକାର ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗାଁ ଗାଁରେ ପାନୀୟଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା କେତେଦୂର ଲୋକଙ୍କ କାମରେ ଲାଗୁଛି ଓ ଲୋକେ କେତେ ଉପକୃତ ହେଉଛନ୍ତି, ନା ଯୋଜନା ବାଟବଣା ହେଉଛି ତାକୁ ଦେଖିବାକୁ କେହି ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ।
ପାଣି ପାଇଁ ଗାଁ ଲୋକଙ୍କ ଭିତରେ ଲାଗିଛି ପ୍ରତିଯୋଗିତା । କାହିଁକି ନା ଗାଁରେ ଥିବା ଅଧିକାଂଶ ନଳକୂପ ଅଚଳ । ଆଉ ଯେଉଁ ନଳକୂପ ଠିକ୍ ଅଛି ତା’ପାଖରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ହେଲେ ସେଥିରୁ ବି ପୁଣି ବାହାରୁଛି ଦୂଷିତ ପାଣି । ସେଇ ଗୋଳିଆ ପାଣି ପାଇଁ ପାଟିତୁଣ୍ଡ ବି ହେଉଛି । ସବୁଠାରୁ ବଡକଥା ହେଉଛି, ଏ ସମସ୍ୟା ଆଜି କାଲିର ନୁହେଁ, ବର୍ଷ ବର୍ଷ ଧରି ବାଇସିଙ୍ଗାର ଲୋକେ ଏଭଳି ସମସ୍ୟାରେ ଘାଂଟି ହୁଅନ୍ତି କିନ୍ତୁ ପ୍ରଶାସନର ନଜର ପଡେ ନାହିଁ । ସରକାର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଦେବା ପାଇଁ କେତେ କ'ଣ ଯୋଜନା କରୁଥିବା ବେଳେ ବାସ୍ତବରେ ତାହା କିପରି ରୂପାୟନ ହେଉଛି ଏ ହେଉଛି ତାର ଏହା ହେଉଛି ଏକ ଛୋଟିଆ ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Screen-Shot-2021-03-20-at-5.57.14-PM.png)