କନକ ବ୍ୟୁରୋ: ସାଧାରଣ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ବସୁଧା ଜଳ ଯୋଗାଣ ପ୍ରକଳ୍ପ ଓ ସ୍ୱଜଳଧାରା ଜରିଆରେ ଗାଁ ଗୁଡିକୁ ପିଇବା ପାଣି ଯୋଗାଣ ହେଉଛି । ହେଲେ ଏବେବି ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି ଯେଉଁଠି ବିଶୁଦ୍ଧ ପିଇବା ପାଣି ସ୍ୱପ୍ନ ହୋଇରହିଛି ।
ପିଇବା ପାଣି ପାଇଁ ନାଳ ପାଣି ଭରସା । ଗାଁମୁଣ୍ଡରେ ବହି ଯାଇଥିବା ନାଳ ହିଁ ପାଲଟିଛି କଟକ ଜିଲ୍ଲା ଆଠଗଡ ବ୍ଲକର ରାଜବଲ୍ଲବ ଗାଁ ଲୋକଙ୍କ ଶେଷ ଭରସା । ଗାଁରେ ରହୁଥିବା ୫ଶହରୁ ଅଧିକ ଲୋକ ଏହି ନାଳ ପାଣି ଉପରେ ନିର୍ଭରଶୀଳ । କି ବର୍ଷା କି ଖରା, ବର୍ଷ ତମାମ ଗାଁଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଆଉ କୌଣସି ଉପାୟ ନପାଇ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।
ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ ରହିଛି କିନ୍ତୁ ସେଥିରୁ ମଧ୍ୟ ପିଇବା ଉପଯୋଗୀ ପାଣି ବାହାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଏହି ନଳକୂପର ମରାମତି ମଧ୍ୟ ହୋଇପାରୁନାହିଁ । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/5-32.jpg)