ନିଆଳି ବିଳାସୁଣୀ ଗାଁରେ ଜଳ ଯନ୍ତ୍ରଣା । ପାଇପ୍ ବିଛା ହୋଇଥିଲେ ବି ନିର୍ମାର ହୋଇପାରୁନି ପାଣି ଟାଙ୍କି । ମାଇଲ ମାଇଲ ଦୂର ଯାଇ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

76

କନକ ବ୍ୟୁରୋ : ଖରାରେ ପାଣି ସମସ୍ୟା ଉକ୍ରଟ ରୂପ ନେଲାଣି । ପାଣି ମୁନ୍ଦାଏ ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଡହଳ ବିକଳ ହେଉଛନ୍ତି । ଅଭିଯୋଗ ପରେ ବି ଲୋକଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଏହିଭଳି କିଛି ଚିତ୍ର କଟକ ଜିଲ୍ଲା ନିଆଳି ବ୍ଲକର ବିଳାସୁଣୀ ଗାଁରେ ଦେଖିବାକୁ ମିଳିଛି । ଗାଁର ୮ଟି ୱାର୍ଡବାସୀ ପିଇବା ପାଣି ପାଇଁ ରାତି ପାହିଲେ ବହୁ ଅସୁବିଧା ଭୋଗୁଛନ୍ତି । ପୁରୁଣା ପ୍ରକଳ୍ପରୁ ଜଳ ଯୋଗାଣ ବନ୍ଦ ହୋଇପଡିଛି । ବର୍ଷେ ତଳୁ ପାଇପ ବିଛା ଗଲାଣି । ହେଲେ ନିର୍ମାଣ ହେଉନି ପାଣିଟାଙ୍କି । ପ୍ରକଳ୍ପ କାମ ଅଧା କରି ଠିକାଦାର ଛୁ ମାରିଛନ୍ତି । ଅନ୍ୟପଟେ ନୂଆ ପ୍ରକଳ୍ପ ପାଇଁ ପାଇପ୍ ବିଛାଇବା ସମୟରେ ବହୁ ସ୍ଥାନରେ ପୁରୁଣା ପ୍ରକଳ୍ପର ପାଇପ ନଷ୍ଟ ହୋଇଯାଇଛି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ପାଇଁ ପାଇପ ବିଛା ସରିଥିଲେ ମଧ୍ୟ ପାଣି ଟାଙ୍କି ନିର୍ମାଣ ହୋଇପାରୁନି ।

ଦିନକୁ ଦିନ ଖରା ବଢିଚାଲିଥିବା ବେଳେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଛି । ସେପଟେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ କୂଅ, ପୋଖରୀରୁ ନେଇ କେନାଲ ସବୁ ଶୁଖିଲା ପଡିଛି । ପିିଇବାପାଇଁ ପାଣି ମୁନ୍ଦାଏ ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ସେହିଭଳି ରାତି ପାହିଲେ ପାଣି ମୁନ୍ଦାଏ ପାଇଁ ଗରା ବାଲଟି ନେଇ ମାଇଲ ମାଇଲ ବାଟ ଯାଉଛନ୍ତି ଗାଁର ଛୋଟରୁ ବଡ । ବହୁବାର ପାଣି ପାଇଁ ଅନୁରୋଧ କରି ବି ନିରାଶ ହୋଇପଡିଛନ୍ତି । ହେଲେ ସେମାନଙ୍କ ସମସ୍ୟା ୍ରପତି ଯେମିତି କାହାର ନଜର ନାହିଁ ।

ପାଣି ପାଇଁ ଗାଁର ଲୋକ ମାନେ ବହୁ ଅସୁବିଧା ଭୋଗୁଥିବା ବେଳେ ଖୁବଶୀଘ୍ର ପକଳ୍ପ କାମ ପୁରା କରି ଲୋକଙ୍କୁ ପିଇବାପାଣି ଯୋଗଯିବା ଜରୁରୀ ହୋଇପଡିଛି ।