ବଣ୍ଡାଘାଟିରେ ଜଳକଷ୍ଟ…ବାଜିରେ ଲାଗିଛି ଜୀବନ। ଜହର ପିଇ ଜିଉଁଛି ଆଦିବାସୀ ମଣିଷ…ବର୍ଷ ବର୍ଷ ଧରି ନର୍ଦମା ନାଳପାଣି ପାଲଟିଛି ଭରସା

189

କନକ ବ୍ୟୁରୋ: ଜହର ସଦୃଶ୍ୟ ପିଇବା ପାଣି । ଜଳକଷ୍ଟର ବିକଳ ଚିତ୍ର । ନାଳ ପାଣିରେ ଜୀବନ । ବୁନ୍ଦାଏ ପାଣି ପାଇଁ ଜୀବନ ସହିତ ସଂଘର୍ଷ । ବର୍ଷ ବର୍ଷ ଧରି ନାଳ ପାଣିକୁ ଭରସା କରି ଆସୁଛନ୍ତି ବଣ୍ଡା ଆଦିବାସୀ ମଣିଷ । ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଏପରି କରୁଣ ଚିତ୍ର ସାମ୍ନାକୁ ଆସିଛି ।  ନର୍ଦମା ନାଳର ପାଣିକୁ ଆଦରିଛନ୍ତି  ପାହାଡି ମଣିଷ । ବିକଳ୍ପ ବ୍ୟବସ୍ଥା ନଥିବାରୁ ନାଳ ପାଣି ପାଲଟିଛି ଭରସା ।

ବଣ୍ଡାଘାଟିରେ ଜଳକଷ୍ଟ । ବାଜିରେ ଲାଗୁଛି ଜୀବନ । ଜହର ପାଣି ପିଉଛନ୍ତି ବଣ୍ଡା ଆଦିବାସୀ ମଣିଷ । ବର୍ଷ ବର୍ଷ ଧରି ନର୍ଦମା ନାଳପାଣି ପାଲଟିଛି ଭରସା । ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ର ଅଣ୍ଡ୍ରାହଲରୁ ଆସିଛି ଜଳକଷ୍ଟ ର କରୁଣ ଚିତ୍ର । ଅଣ୍ଡ୍ରାହଲ ପଂଚାୟତ ସଦରରେ ଥିବା ତଳସାହି ବାସିନ୍ଦାଙ୍କ ପାଇଁ ଗାଁ ର ନର୍ଦମା ନାଳ ପିଇବା ପାଣି ପାଇଁ ଶେଷ ଠିକଣା ସାଜିଛି । ବର୍ଷ ବର୍ଷ ଧରି ଏହି ଅପରିବେଶ ଓ ଅସ୍ୱାସ୍ଥ୍ୟକର ଭିତରେ ଥିବା ନାଳ ପାଣି ପିଇ ଅନେକ ଲୋକେ ମୃତ୍ୟୁ ମୁଖରେ ପଡିଛନ୍ତି । ଅଣ୍ଡ୍ରାହଲ ପଂଚାୟତ ସଦରଠାରୁ ମାତ୍ର ୫ଶହ ମିଟର ଦୂରରେ ତଳସାହି ରହିଛି । ୪ଶହରୁ ଅଧିକ ଲୋକେ ଏଠାରେ ବସବାସ କରନ୍ତି । ତେବେ ତଳସାହିଠାରେ କିଛି ବର୍ଷ ପୂର୍ବେ ଏକ ନଳକୂପ ଖନନ କରାଯାଇଥିଲା । କିନ୍ତୁ ସେଠାରେ ଅଚଳ ହେବା ପରେ ଆଉ ନଳକୂପ ମରାମତିର ନାଁ ନେଉନି ପ୍ରଶାସନ । ବାରମ୍ବାର  ଅବଗତ ପରେ ବି ଶୁଣୁନାହାନ୍ତି ପ୍ରଶାସନିକ ବାବୁ । ବିକଳ୍ପ ବ୍ୟବସ୍ଥା ନ ପାଇ ଶତାଧିକ ପରିବାର ନାଳ ପାଣିକୁ ଭରସା କରୁଛନ୍ତି । ନାଳରୁ ସଂଗ୍ରହ କରି ଆଣି ପିଇବା ପରେ ବିଭିନ୍ନ ସଂକ୍ରମଣ ରୋଗରେ ପଡୁଛନ୍ତି ବଣ୍ଡା ଆଦିବାସୀ ।

ନାଳରୁ ବଣ୍ଡା ଆଦିବାସୀ ମହିଳା ପ୍ରତିଦିନ ଏଠାରୁ ପିଇବା ପାଣି ସଂଗ୍ରହ କରି ନେଇଥାନ୍ତି । ଏମିତି କି ଗାଧୋଇବା , ବାସନ ଧୋଇବାକୁ ବି ଭରସା ସାଜିଛି ନାଳ ପାଣି । ବର୍ଷ ବର୍ଷ ଧରି ନାଳ ପାଣିକୁ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପିଇ ଆସୁଛନ୍ତି । ରୋଗ କିମ୍ବା ସଂକ୍ରମଣ ରୋଗ ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ବଦଳେ ବଣ୍ଡାଘାଟିରେ ଗୁଣିଆ ସାହାରା ହେଉଛନ୍ତି । ବଣ୍ଡା ମଣିଷ କଥା ଛାଡନ୍ତୁ ନାଳରେ ଶୋଷ ମେଣ୍ଟାଇବା ପାଇଁ ଘୁଷୁରି ମଧ୍ୟ ପାଣି ପିଉଛି । ଏପରି ଜଳକୁ ସଂଗ୍ରହ କରି ପିଉଛନ୍ତି ବଣ୍ଡାଘାଟିର ଆଦିବାସୀ  ପରିବାର । ଜହର ସଦୃଶ୍ୟ ହୋଇଥିବା ଜଳକୁ ପିଇ ଅନେକେ ମୃତ୍ୟୁମୁଖରେ ପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପଟେ ଦିନେ ମଧ୍ୟ ଗାଁରେ ସରକାରୀ ବଡ ବାବୁଙ୍କ ପାଦ ପଡୁନଥିବାବେଳେ ଅଭିଯୋଗ କଲେ ବି ହୋଇପାରୁନି ସମସ୍ୟା ର ସମାଧାନ । ଏହି ପାହାଡ ମଣିଷଙ୍କ ଜଳ ସଂକଟର ଦୁର୍ଦଶା କେବେ ସୁଧୁରିବ ସେନେଇ ବ୍ୟବସ୍ଥା କରୁନି ଜିଲା ପ୍ରଶାସନ ।

ବଢୁଛି ଘାଟି ଅଂଚଳରେ ପାଣି ପାଇଁ ସଂଘର୍ଷ କରୁଥିବା ପରିବାରଙ୍କ ଦୁର୍ଦଶା । ଜହର ପାଲଟିଥିବା ନାଳ ପାଣିକୁ ଆଦରିଛନ୍ତି ବଣ୍ଡା ଆଦିବାସୀ ମଣିଷ । କେବେ ସୁଧୁରିବ ବଣ୍ଡାଘାଟିରେ ପାନୀୟ ଜଳ ସମସ୍ୟା ଆଉ ମୁତ୍ୟୁମୁଖରୁ ଫେରିବାକୁ ବାଟ ପାଇବେ ତ ବଣ୍ଡା ମଣିଷ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।