କନକ ବ୍ୟୁରୋ : ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଗାଁରେ ଥିବା ନଳକୂପ ଅଚଳ ହେବା ପରେ ଗ୍ରାମବାସୀଙ୍କ ଭରସା ପାଲଟିଛି ନାଳ ଚୂଆ । ପିଲାଛୁଆଙ୍କ ପାଇଁ ଘର ଠାରୁ ୧ କିଲୋମିଟର ଦୂରକୁ ଯାଇ କଂସା କଂସା କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଏହି ଗାଁର ପାନୀୟ ଜଳ ସମସ୍ୟାକୁ ସ୍ପଷ୍ଟ କରୁଛି । ଖରା ବଢୁଥିବା ବେଳେ ପିଇବା ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଂଚାୟତ ରଘୁଆବୋଲ ଗାଁର ପ୍ରାୟ ୩୫ ପରିବାର । ପାଣି ମୁନ୍ଦାଏ ପାଇଁ ହଇରାଣ ହୋଇଥିବା ଗ୍ରାମବାସୀ ଚରମ ନିଷ୍ପତି ନେଇଛନ୍ତି । ଯଦି ଆଗାମୀ ଦିନରେ ଯଦି ଗାଁରେ ଜଳ ଯୋଗାଣ ବ୍ୟବସ୍ଥା ନକରାଯାଏ ତେବେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।