କନକ ବ୍ୟୁରୋ : ତାତି ବଢ଼ିବା ସହ ବଢ଼ୁଛି ଜଳ ସମସ୍ୟା । ଗଂଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ଗାଁରେ ୭ଶହରୁ ଅଧିକ ପରିବାର ରହୁଛନ୍ତି । ହେଲେ ଏହି ଗାଁରେ ଲୋକମାନେ ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି । ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ନିର୍ମାଣ ହୋଇଛି । ହେଲେ ୪୦ ପ୍ରତିଶତ ଲୋକ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଲୋକଙ୍କ ମୁଖ୍ୟ ସମସ୍ୟା ପାଲଟିଛି ପୋଖରୀ ପାଣି । ପୁରା ଗାଁ ପାଇଁ ଗୋଟିଏ ପୋଖରୀ ରହିଛି । ହେଲେ ପୋଖରୀଟି ଦଳ ଓ ପଙ୍କରେ ପରିପୂର୍ଣ୍ଣ । ପାଣି ସମ୍ପୁର୍ଣ ରୁପେ ଅପରିଷ୍କାର ହୋଇ ଦୁର୍ଗନ୍ଧ ବାହାରିବା ସାଙ୍ଗକୁ ନିଳରଙ୍ଗ ହୋଇଯାଇଛି । ତଥାପି ଲୋକେ ଗାଧେଇବା ପାଇଁ ଅନ୍ୟ କୌଣସି ଉପୟ ନପାଇ ସେହି ଅପରିସ୍କାର ପାଣିରେ ନିତ୍ୟକର୍ମ କରୁଛନ୍ତି ।

Advertisment

ପୋଖରୀର ଅପରିଷ୍କାର ପାଣିରେ ଗାଧେଇବା ଫଳରେ ଲୋକେ ଚର୍ମ ରୋଗରେ ପଡୁଛନ୍ତି । ପୋଖରୀକୁ ସଫା କରିବା ଓ ପଙ୍କ ଉଦ୍ଧାର କରିବା ପାଇଁ ଲୋକେ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଆଧିକାରୀଙ୍କ ପର୍ଯ୍ୟନ୍ତ ସବୁଠି ଗୁହାରି କରିଛନ୍ତି । ହେଲେ ଗାଁର ଏହି ସମସ୍ୟା ଦୁର କରିବାରେ କେହି ପଦକ୍ଷପ ନେଉନାହାନ୍ତି । ଗାଁ ଲୋକମାନେ ନିଜସ୍ୱ ଉଦ୍ୟମରେ ଦଳ ବାହର କରି ସେହି ପାଣିରେ ଗାଧୋଉଛନ୍ତି ।

ନିର୍ବାଚନ ଆସିଲେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳିଥାଏ । ହେଲେ ନିର୍ବାଚନ ସରିଗଲେ ଲୋକଙ୍କ ସମସ୍ୟା କଥା ଭୁଲିଯାଆନ୍ତି ନେତା । ତେଣୁ ଚଳିତ ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନହେଲେ ଲୋକେ ତା’ର ଉଚିତ୍ ଯବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ।