କନକ ବ୍ୟୁରୋ : ଅଚଳ ଜଳ ଯୋଗାଣ ପ୍ରକଳ୍ପ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁଁ ବନ୍ଦ ହୋଇଯାଇଛି ଜଳ ଯୋଗାଣ । ଫଳରେ ଶୀତରେ ପାଣି ପାଇଁ ହିନସ୍ତା ହେଉଛନ୍ତି ଗ୍ରାମବାସୀ । ୩ ମାସ ହେଲାଣି ଜଳକଷ୍ଟ ଭୋଗୁଛନ୍ତି ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମବାସୀ ।
ପାଣି ପାଇଁ ନଳକୂଅ ପାଖରେ ଗରା ଧରି ଅପେକ୍ଷା କରିଛନ୍ତି ଲୋକେ । ଜଣେ ପରେ ଜଣେ ପାଣି ନେଲେ ପରିବାରର ଶୋଷ ମେଣ୍ଟିବ, ନହେଲେ ପିଲାଛୁଆ ଶୋଷିଲା ରହିବାକୁ ବାଧ୍ୟ ହେବେ । କାରଣ ୩ ମାସ ହେଲା ଗାଁରେ ବିଦ୍ୟୁତ୍ ଟ୍ରାନ୍ସଫର ଅଚଳ ହେବାରୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ କରିଛନ୍ତି କଙ୍କଡାହାଡ଼ ବ୍ଲକ ଦଶିପୁର ଗ୍ରାମବାସୀ ।
ବିଦ୍ୟୁତ ବିଭାଗର ଅବହେଳା ପାଇଁ ୫ଟି ୱାର୍ଡର ଲୋକ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଟ୍ରାନ୍ସଫମ ସଜାଡି, ଜଳ ଯୋଗାଣ ପ୍ରକଳ୍ପକୁ ସଚଳ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କହିଛନ୍ତି, ବିଦ୍ୟୁତ ବିଭାଗ ସହିତ ଆଲୋଚନା କରି ଜଳ ସମସ୍ୟାର ସମାଧାନ କରାଯିବ । ତେଣୁ ତୁରନ୍ତ ଜଳକଷ୍ଟ ଦୂର କରିବାକୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।