କନକ ବ୍ୟୁରୋ: ବାଟବଣା ହୋଇଛି ବସୁଧା ଯୋଜନା । ଚୁଆ ପାଣି ଭରସାରେ ଗାଁର ଲୋକ । ବଣ ପାହାଡ ଘେରା ଗାଁ ହେଉଛି ନୀଳଗିରି ମହିଷାପଟ୍ଟାର ଜାମ୍ବଣୀ ଗାଁ । ଯେଉଁଠି ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ଯୋଗୁ ଡହଳ ବିକଳ ହେଉଛନ୍ତି ଲୋକେ । ବର୍ଷ ବର୍ଷ ଧରି ଏଠାରେ ପିିଇବା ପାଣି ସମସ୍ୟା ଲାଗି ରହିଛି ।

ଅନ୍ୟ ଦିନ ତ ଦୂର କଥା ଖରାଦିନରେ ଲୋକେ ପାଣି ପାଇଁ ବହୁ ସମସ୍ୟା ଭୋଗୁଛନ୍ତି । ରାତିପାହିଲେ ଗାଁର ଛୋଟରୁ ବଡ ସମସ୍ତେ ହାତରେ ଗରା ବାଲଟି ଧରି ପାଣି ମୁନ୍ଦାଏ ପାଇଁ ଭିଡ ଲଗାଉଛନ୍ତି । ଗାଁର ପ୍ରାୟ ୫ ଶହରୁ ଅଧିକ ଲୋକ ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି । ପାଣି ମୁନ୍ଦାଏ ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଘାଘରା ନଦୀ କୂଳକୁ ଯାଉଛନ୍ତି । ପ୍ରାୟ ସମୟ ଗାଁର ଲୋକମାନେ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଏହି ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏଯାଏ ସମସ୍ୟାର ସମାଧାନ ହୋଇପାରିନି ।

ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି ପିଇବାପାଣି ଯୋଗାଇବାକୁ । ଘର ଘରକୁ ପାଣି ପାଇପ୍ ମଧ୍ୟ ବିଛାଯାଇଛି । ହେଲେ ନା ଅଛି ଷ୍ଟାଣ୍ଡ ପୋଷ୍ଟ ନା ବାହରୁଛି ପାଣି । ଗାଁରେ ଯେଉଁ ନଳକୂଅ ରହିଛଇ ସେଠାରେ ଘଣ୍ଟାଏ ଅପେକ୍ଷା କରିଲେ ବାହରୁଛି ବାଲଟିଏ ପାଣି । ଆଉ କିଛି ନଳକୂଅ ରହିଛି ତାହା ଅଚଳ ହୋଇପଡିରହିଛି । ବହୁବାର ଅଭିଯୋଗ ପରେ ବି ନା ନଳକୂଅ ମରାମତି ହୋଇପାରୁଛି ନା ଲୋକଙ୍କ ସମସ୍ୟା ଦୂର ହୋଇପାରୁଛି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

ଗାଁରେ ଅନ୍ୟ ସମସ୍ୟା ସହ ପିଇପାଣି ସମସ୍ୟା ଉକ୍ରଟ ହେବାରେ ଲାଗିଛି । ଏହାର ଖୁବଶୀଘ୍ର ସାମଧାନ କରାଯାଇ ଲୋକଙ୍କୁ ପିଇବାପାଣି ଯୋଗାଇବା ଜରୁରୀ ହୋଇପଡିଛି ।