କନକ ବ୍ୟୁରୋ: ପ୍ରବଳ ଖରାରେ ପାଣି ଟିକିଏ ପାଇଁ ଡହଳବିକଳ ହେଉଛନ୍ତି ରାଜଧାନୀବାସି।ଆବଶ୍ୟକତା ଅନୂଯାୟୀ ପାଣି ଯୋଗାଣ ହେଉନଥିବା ବେଳେ ଯେତେକି ପରିମାଣର ମିଳୁଛି ତାହାର ମାନକୁ ନେଇ ପ୍ରଶ୍ନ ଉଠିଛି।ଦୁର୍ଗନ୍ଧଯୁକ୍ତ ପାଣି ବ୍ୟବହାର ହେବା ଦ୍ୱାରା ସô୍ାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକମାନେ।
ରାଜଧାନୀରେ ଉତ୍କଟ ପାଣି ସମସ୍ୟ।ପଳାଶୁଣି ଜଳ ବିଶୋଧନାଗାର ଅଧିନରେ ଥିବା ମୁଣ୍ଡାସାହି ବସ୍ତି,ଭଗବତୀ ବସ୍ତି,ବାବା ଆଖଣ୍ଡଳମଣି ବସ୍ତି,ମଣିନାଗେଶ୍ୱରୀ ବସ୍ତି,ଶ୍ରାରାମନଗର ବସ୍ତି ର ପ୍ରାୟ ୨୫ ହଜାର ପରିବାର ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ପିଇବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ୟ୍ୟ ପାଇଁ ଆବଶ୍ୟକୀୟ ପାଣି ନପାଇ ଏହି ସବୁ ଅଂଚଳର ଲୋକମାନେ ଡହଳବିକଳ ହେଉଥିବା ଜଣାପଡିଛି।ଗତ ୨/୩ ଦିନଧରି ଏହି ସମସ୍ୟା ଲାଗିରହିଥିବା ବେଳେ ଏପର୍ୟ୍ୟନ୍ତ କୌଣସି ସମାଧାନ ହୋଇପାରିନାହିଁ।ଗୋଟିଏ ପଟେ ଆବଶ୍ୟକ ଅନୁଯାୟୀ ପାଣି ମିଳୁନି ଓ ଯେତିକି ମିଳୁଛି ତାହା ମଧ୍ୟ ବ୍ୟବହାର ଯୋଗ୍ୟ ନୁହଁ।ତେଣୁ ଏହିଭଳି ପରିସ୍ଥିତିରେ ଜୀବନ ଜିଇଁବା ଏକ ପ୍ରକରର କଷ୍ଟ ହୋଇପଡିଛି।
ପଳାଶୁଣି ଜଳ ବିଶୋଧନାଗାରରୁ ପ୍ରତ୍ୟକ ଦିନ ୮ ମିଲିଅନ ଲିଟର ଜଳ ଯୋଗାଇ ଦିଆଯାଉଛି।ତେବେ ବର୍ତ୍ତମାନ ଉପରମୁଣ୍ଡରେ ପାଣି ଗୋଳିଆ ହୋଇଯାଇଛି।ବ୍ଲିଚିଂ ସହ ଅନୁସଙ୍ଗିକ ପଦାର୍ଥ ପକାଇ ଜଳକୁ ବିଶୋଧନ କରାଯାଉଛି । ଏହି ସମୟରେ ମଧ୍ୟ ଜଳ ଯୋଗାଣରେ କୌଣସି ବ୍ୟତିକ୍ରମ ଘଟିନାହିଁ ବୋଲି କହି ସ୍ଥାନୀୟ ଅଧିବାସୀଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛି ଜନସ୍ୱାସ୍ଥ୍ୟ ବିଭାଗ । ବିଭାଗର ଅଧିକାରୀ କହିଛନ୍ତି ଯୋଗାଇ ଦିଆଯାଉଥିବା ପାଣିକୁ ନିୟମିତ ଟେଷ୍ଟିଂ କରାଯାଉଛି।ତେଣୁ ଏହାକୁ ନେଇ କିଏ ଆତଙ୍କିତ ନହେବା ଉଚିତ।
ପ୍ରତ୍ୟକ ଦିନ ରାଜଧାନୀକୁ ପ୍ରାୟ ୨୧୫ ମିଲିଅନ ଲିଟର ଜଳଯୋଗାଣ ହେଉଛି।ପ୍ରବଳ ଗ୍ରୀଷ୍ମଜନିତ ଅସହ୍ୟ ପରିସ୍ଥିତିରେ ଲୋକମାନଙ୍କର ଅଭିଯୋଗ ଓ ବିଭାଗର ପ୍ରତ୍ତ୍ର୍ୟୁତର ମଧ୍ୟରେ ଏହି ଅଭିଯୋଗର ସମାଧାନ ହେବାର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/05/38-4.jpg)