ପାଣି ପାଇଁ ହାହାକାର । ଗାଁରେ ନୁହେଁ ସହରରେ, ପାଣି ପାଇଁ ରାଜଧାନୀରେ ରାସ୍ତାରୋକ୍!

Advertisment
ପାଣି ପାଇଁ ହାହାକାର । ଗାଁରେ ନୁହେଁ ସହରରେ, ପାଣି ପାଇଁ ରାଜଧାନୀରେ ରାସ୍ତାରୋକ୍!

କନକ ବ୍ୟୁରୋ : ପାଣିର ସମସ୍ୟାର କଥା ଆସିଲେ, ଉପାନ୍ତ ଅଂଚଳ କିମ୍ବା ଗ୍ରାମାଂଚଳର କଥା ମନକୁ ଆସେ । କିନ୍ତୁ ପାଣି ପାଇଁ ହାହାକାର କେଉଁ କାହାଣୀ ଆସିଛି ତାହା ଖୋଦ୍ ରାଜଧାନୀରେ । ୫ରୁ ୬ ଦିନ ହେବ ପାଣି ଠିକ୍ରେ ଆସୁନଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି ।

ପାଣି ଆସୁ ନାହିଁ ତାହା ନୁହେଁ, ବରଂ ଠିକ୍ ସମୟରେ ଏବଂ ଠିକ୍ ଅନୁପାତରେ ପାଣି ଆସୁନଥିବା ନେଇ ଆଚାର୍ଯ୍ୟବିହାର ନିକଟସ୍ଥ ବିଶେଶ୍ୱର ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଲୋକଙ୍କ କହିବା ଅନୁସାରେ, ପାନୀୟ ଜଳ ଆସିବାର ସମୟ ଠିକ୍ ରହୁନି, କେତେବେଳେ ରାତି ଅଧରେ ପାଣି ଆସୁଛି ତ’ ଆଉ କେତେବେଳେ ପାଣି ଅଳ୍ପ ପରିମାଣରେ ଆସୁଥିବାରୁ ଆବଶ୍ୟକତା ପୂରଣ ହେଉନି ।ଯାହାକୁ ନେଇ ଲୋକମାନେ ପ୍ରତିବାଦ କରିବାକୁ ଓହ୍ଲାଇଥିଲେ ।

ତେବେ ଦେଖିବାର କଥା ଭୁବନେଶ୍ୱରର ଏହି ବସ୍ତି ବାସିନ୍ଦାଙ୍କ ପାଣି ସମସ୍ୟା କେବେ ବୁଝୁଛି ଭୁବନେଶ୍ୱର ମହାନଗର ନିଗମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe