ସକାଳେ ଉଠି ବାସି ମୁହଁରେ ପିଅନ୍ତୁ ଜଳ ! ମିଳିଥାଏ ଏହି ସବୁ ଫାଇଦା ।

ସକାଳେ ଉଠି ବାସି ମୁହଁରେ ପିଅନ୍ତୁ ଜଳ ! ମିଳିଥାଏ ଏହି ସବୁ ଫାଇଦା ।

image courtesy - www.mnn.com

ଆମମାନଙ୍କ ଭିତରୁ ଅଧିକାଂଶ ଲୋକେ ସକାଳେ ଉଠିବାମାତ୍ରେ ଭିନ୍ନ ଭିନ୍ନ କାମ କରିଥାଆନ୍ତି। ସମସ୍ତଙ୍କୁ ଜଣା ଯେ,ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ। କିଛି ଲୋକ ସକାଳେ ଶୋଇ ଉଠିବା ମାତ୍ରେ ପାଣି ପିଇଥାନ୍ତି। ଖାଲି ସେତିକି ନୁହେଁ ମୁହଁ ଧୋଇବା ପୂର୍ବରୁ ମଧ୍ୟ ପାଣି ପିଇଥାନ୍ତି। ଆପଣ ଏହାର ଉପକାରିତା ଜାଣିଲେ ତାହାକୁ ଅଭ୍ୟାସରେ ପରିଣତ କରିବେ। କାରଣ ଏଥିରୁ ଅନେକ ଫାଇଦା ମିଳିଥାଏ। ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନକରି ଜଳ ପିଇଲେ ଏହା କେମିତି ଶରୀର ପାଇଁ ଠିକ୍ ହେବ ।

publive-image

ସକାଳେ ଉଠିବା ମାତ୍ରେ ବାସି ମୁହଁରେ ପାଣି ପିଇଲେ ଆମ ଶରୀରର ହଜମ କ୍ରିୟା ଅଧିକ ମଜଭୁତ୍ ହୋଇଥାଏ ଓ କ୍ଷୁଧା ମଧ୍ୟ ବଢ଼ିଥାଏ । ରାତିରେ ଶୋଇବା ସମୟରେ ମୁହଁରେ ଲାଳ ଥାଏ । ସକାଳୁ ଉଠି ପାଣି ପିଇଲେ ସେହି ଲାଳ ଶରୀରକୁ ଚାଲିଯାଇଥାଏ, ଏହାଫଳରେ ପେଟର ପିଛି ସମସ୍ୟା ଥିଲେ, ତାହା ଦୂର ହୋଇଥାଏ। ଯଦି ଆପଣ ପ୍ରତିଦିନ ସକାଳେ ଉଠି ବାସି ମୁହଁରେ ପାଣି ପିଇବେ, ତେବେ ପେଟ ସଫା ହୋଇଯିବ। ତା’ ଛଡ଼ା ପେଟରେ ଗ୍ୟାସଷ୍ଟିକ ସମସ୍ୟା ବି ରହିବ ନାହିଁ। ସକାଳେ ଉଷୁମ ପାଣି ପିଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe