କନକ ବ୍ୟୁରୋ : ପୁରୀ ଗୋପଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ନେଇ ଆରମ୍ଭ ହେଉଛି ଡ୍ରିଲିଂ । ୩ଟି ପର୍ଯ୍ୟାୟରେ ମୋଟ ୨ହଜାର ୨୭୫ ମିଟର ପର୍ଯ୍ୟନ୍ତ ଖନନ କରାଯିବ । ୬୫ରୁ ୯୦ ଦିନ ଭିତରେ କ୍ରୁଡ ଅଏଲ ବାହାରିବା ନେଇ ସ୍ଥିତି ସ୍ପଷ୍ଟ ହେବ । ପ୍ରତିଟି ପର୍ଯ୍ୟାୟରେ ଖନନ ପରେ ସାମ୍ପୁଲକୁ ଜିଓଲୋଜିକାଲ ଟେଷ୍ଟ କରାଯିବ ।