ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ୩ ଘଣ୍ଟା ବନ୍ଦ ରହିବ ଦର୍ଶନ ।

120

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଚାଲିବ । ତେଣୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତି ହୋଇଛି । ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ହେବ ନାହିଁ ଓ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ନୀତି ସବ କମିଟି ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।