ନିଟ୍ ପରୀକ୍ଷା ପାଇଁ ନୂଆ ୟୁନିଫର୍ମ ! କିଭଳି ଡ୍ରେସ ପିନ୍ଧି ଆସିବେ ଛାତ୍ରଛାତ୍ରୀ, ସିବିଏସଇ ଜାରି କଲା ଗାଇଡଲାଇନ

37

କନକ ବ୍ୟୁରୋ : ନିଟ୍ ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, ନିଟ୍ ପାଇଁ ଡ୍ରେସକୋର୍ଡ ଜାରି କରିଛି ସିବିଏସଇ । ଆସନ୍ତା ମେ ୬ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷାରେ ପରୀକ୍ଷାର୍ଥୀ ଫିକା ରଙ୍ଗର ହାଫ ସାର୍ଟ ଓ ଟ୍ରାଉଜର ପିନ୍ଧିବେ । ଜୋତା ବଦଳରେ ଛାତ୍ରମାନେ ଚପଲ ପିନ୍ଧିବେ । ସାର୍ଟରେ କୌଣସି ବ୍ୟାଚ୍ ଓ ବଡ ବୋତାମ ରହିବ ନାହିଁ ବୋଲି ସିବିଏସଇ ଗାଇଡଲାଇନ ଜାରି କରିଛି ।

ସେହିଭଳି ଛାତ୍ରୀମାନଙ୍କୁ ଚୁଡିଦାର ଓ ଟ୍ରାଉଜର ସହ ବିନା ହିଲବାଲା ଚପଲ ପିନ୍ଧିବାକୁ କୁହାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ , ବ୍ଲୁ ଟୁଥ, ଇୟର ଫୋନ ଓ ରବର ବ୍ୟାଣ୍ଡ ନ ଆଣିବାକୁ ଗାଇଡଲାଇନ ଜାରି କରାଯାଇଛି । ଯେଉଁମାନେ ଏହି ଡ୍ରେସ କୋଡ ନ ପିନ୍ଧି ପରୀକ୍ଷା କେନ୍ଦ୍ର ଆସିବେ ସେମାନେ ଏକ ଘଂଟା ପୂର୍ବରୁ କେନ୍ଦ୍ରରେ ଅବଗତ କରାଇବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ତେବେ ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ମାସରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ସାରାଦେଶରୁ ୧୩ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।