କନକ ବ୍ୟୁରୋ: ଓଡିଶା ଆସିବେ ବିଜେପି ନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ରାଜ୍ୟରେ ବିଜେପି ପଆର୍ଥୀଙ୍କ ପାଇଁ କରିବେ ପ୍ରଚାର, ଭୋଟରଙ୍କୁ କରିବେ ଭୋଟ ଅପିଲ ।
ସୂଚନା ମୁତାବକ, ବଦଳିଛି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥିରେ ସାମିିଲ ହୋଇଛନ୍ତି ହେମାମାଳିନୀ । ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ , କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା । ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/35-4.jpg)