୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ । ଟ୍ୱିନ୍ ସିଟିରେ କରିବେ ଜନସଭାକୁ ସମ୍ବୋଧନ । ପିପିଲିରେ କରିବେ ରୋଡ ସୋ’ ।

288

କନକ ବ୍ୟୁରୋ: ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଭୁବନେଶ୍ୱର ଓ କଟକରେ ଜନସଭାକୁ କରିବେ ସମ୍ବୋଧେନ । ଏହାସହ ପିପିଲିରେ କରିବେ ରୋଡ ସୋ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମଥୁରା ସାଂସଦ ପ୍ରାର୍ଥୀ ହେମାମାଳିନୀ ।