ହିନ୍ଦୀ ଚଳଚିତ୍ର ‘ଡ୍ରିମ ଗାର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଦେଲେ ସୂଚନା ।

784

କନକ ବ୍ୟୁରୋ : ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମଗାର୍ଲ’ ଚଳିଚିତ୍ରରେ ଅଭିନୟ କରି ବେଶ୍ ନାମ କମାଇଥିବା ଅଭିନେତ୍ରୀ ରିଙ୍କୁ ସିଂ ନିକୁମ୍ଭଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କିଛିଦିନ ହେବ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭଉଣୀ ଚନ୍ଦା ସିଂ ନିକୁମ୍ଭ ସୂଚନା ଦେଇଛନ୍ତି ।

କହିରଖୁ କି ଡ୍ରିମଗାର୍ଲ ଚଳଚିତ୍ର ପରେ ରିଙ୍କୁଙ୍କୁ ଅମାଜନ ପ୍ରାଇମ ଫିଲ୍ମ ‘ହେଲ୍ଲୋ ଚାର୍ଲି’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ଟିଭି ସୋ ‘ଚିଡିଆ ଘର’ ‘ମେରୀ ହାନିକାରକ ବିବି’ ରେ ବି ଦେଖିବାକୁ ମିଳିଥିଲା । ରିଙ୍କୁ ଙ୍କ ଭଉଣୀ ଚନ୍ଦା କହିଛନ୍ତି କି, ମେ ୨୫ ତାରିଖରେ ରିଙ୍କୁଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସେ ହୋମ ଆଇସୋଲେସନରେ ଥିଲେ । ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଥାଉକି କରୋନା କବଳରେ କବଳିତ ହୋଇ ଅନେକ ଚଳଚିତ୍ର ଓ ଟିଭି ତାରକାଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଅନେକ କଳାକାର କରୋନାରେ ପୀଡିତ ହେବା ପରେ ପୁଣି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।