କନକ ବ୍ୟୁରୋ: ଆଇପିଏଲକୁ ମିଳିଲା ନୂଆ ପ୍ରାୟୋଜକ । ୨୦୨୦ ଆଇପିଏଲ ଟାଇଟଲ ପାଇଁ ନୂଆ ପ୍ରାୟୋଜକ ଭାବେ ସାମ୍ନାକୁ ଆସିଛି ଡ୍ରିମ ୧୧ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ ଚେୟାର ମ୍ୟାନ ବ୍ରିଜେସ୍ ପଟେଲ । ଟାଇଟଲ ପ୍ରାୟୋଜକ ଭାବରେ ୨୨୨ କୋଟି ଟଙ୍କା ବିସିସିଆଇକୁ ଦେବ ଏହି ଡ୍ରିମ ୧୧ କମ୍ପାନୀ ।
ଭାରତୀୟ କମ୍ବାନୀ ଡ୍ରିମ୍ ୧୧ ଏକ ଗେମିଂ କମ୍ପାନୀ । ୨୦୧୨ ମସିହାରେ ବିଭିନ୍ନ ପ୍ରକାର ଅନଲାଇନ୍ ଗେମକୁ ନେଇ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଚଳିତ ବର୍ଷ ଆଇପିଏଲ ଟାଇଟଲ ପ୍ରାୟୋଜକ ହୋଇଛି । ଟାଇଟଲ ପ୍ରାୟୋଜକ ଦୌଡରେ ଟାଟା, ଆମାଜନ୍ ଓ ପତଂଜଳି ଥିଲେ । ଏହି ସବୁ କମ୍ପାନୀକୁ ପଛରେ ପକାଇ ୨୦୨୦ ଆଇପିଏଲ ଟାଇଟଲ ପ୍ରାୟୋଜକ ହୋଇଛି ଡ୍ରିମ୍ ୧୧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/IPL-BG.jpg)
/kanak/media/post_attachments/wp-content/uploads/2020/08/Dream11-IPL.jpg)