କନକ ବ୍ୟୁରୋ : ସ୍ୱାଧିନତା ଦିବସ ପୂର୍ବରୁ ଦିଲ୍ଲୀରୁ ଗିରଫ ହେଲା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ । ଏନଆଇଏର ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ରିଜଓ୍ୱାନ ଅଲ୍ଲୀକୁ ଗିରଫ କରାଯାଇଛି । ସ୍ୱାଧୀନଦା ଦିବସ ପୂର୍ବରୁ ଦିଲ୍ଲୀରେ କୌଣସି ବଡ଼ ଧରଣର ବ୍ଲାଷ୍ଟ ଯୋଜନା କରୁଥିଲା ଏହି କୁଖ୍ୟାତ ଆତଙ୍କୀ । ଏହାପୂର୍ବରୁ ପୋଲିସ ଜାଲରେ ପଡିଛି । ଅସ୍ତ୍ରଶସ୍ତ୍ର ସହ ରିଜଓ୍ୱାନକୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି । ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Advertisment

ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା । ସେ ପୁଣେର ISIS ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା । ପୁଣେର ISIS ମଡ୍ୟୁଲର ବହୁ କୁଖ୍ୟାତ ଆତଙ୍କବାଦୀଙ୍କୁ NIA ଓ ପୁଣେ ପୁଲିସ୍‌ ଗିରଫ କରି ସାରିଲାଣି । ମାତ୍ର ପୁଲିସ୍‌ ଆଖିରେ ଧୁଳି ଦେଇ ବହୁ ଦିନ ହେବ ରିଜୱାନ ଫେରାର ହେବାରେ ସକ୍ଷମ ହୋଇଥିଲା । ଏହି ସଙ୍ଗଠନର ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ ଭିଭିଆଇପି ଅଞ୍ଚଳରେ ଆତଙ୍କୀ ହମଲା ନିମନ୍ତେ ରେକି କରିଥିଲେ । ଏହାପରଠୁ ସେ NIA ଟାର୍ଗେଟରେ ଥିଲା । ଗତ ବର୍ଷ ଜୁଲାଇ ମାସରେ NIA ମହାରାଷ୍ଟ୍ରର ପୁଣେରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ISIS ପତ୍ରିକା ଆଦି ଜବତ କରିଛି । ଏହି ମାମଲାରେ ପୁଲିସ୍‌ ପ୍ରଥମେ ୧୩ ଜଣଙ୍କ ନାମରେ ଚାର୍ଜଶିଟ୍‌ ଫାଇଲ୍‌ କରିଥିଲା । ଏହାପରେ ଚଳିତ ବର୍ଷ ମାର୍ଚ୍ଚରେ ଉକ୍ତ ମାମଲାରେ ଆଉ ୩ ଜଣଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ହୋଇଥିବା ବେଳେ ସେଥିରେ ରିଜୱାନଙ୍କ ନାମ ବି ସାମିଲ ଥିଲା ।