କଟକରେ ଏନକାଉଂଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖୋକନ ଆହତ

Advertisment
କଟକରେ ଏନକାଉଂଟର ! ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖୋକନ ଆହତ

କନକ ବ୍ୟୁରୋ: କଟକରେ ଏନକାଉଂଟର । ଆଜି ଭୋରରୁ କଟକ ଲିଙ୍କ୍ ରୋଡ ଅଂଚଳରେ ଏନକାଉଂଟର ହୋଇଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବାରିକ ଓରଫ ଖୋକନ ଆହତ ହୋଇଛି । ଖୋକନରେ ଗୋଡରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି ।

ପୋଲିସ ଉପରକୁ ଖୋକନ ବି ପାଲଟା ଗୁଳି ଚଳାଇଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଖୋକନ ନାଁରେ ବାଦାମବାଡିରେ ସିରିଜ ବୋମାମାଡ କରିବା ସହ ବିଭିନ୍ନ ଅପରାଧିକ ମାମଲା ରହିଛି ।

ସୂଚନା ମୁତାବକ, ଆଜି ଭୋରରୁ ଲିଙ୍କରୋଡ୍ ଅଞ୍ଚଳରେ ବୋମାମାଡ଼ ପାଇଁ ଖୋକନ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବାଦାମବାଡ଼ି ପୋଲିସ। ଲିଙ୍କ୍ ରୋଡ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଖୋକନ ଥିବା ଜାଣି ପୋଲିସ ସେଠାକୁ ଯାଇଥିବା ବେଳେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଖୋକନ । ପରେ ପୋଲିସ ପକ୍ଷରୁ ପାଲଟା ଗୁଳିରେ ଖୋକନ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଖୋକନକୁ କାବୁ କରିବା ପରେ ଏସସିବିରେ ଭର୍ତ୍ତି କରିଛି ।

ଖୋକନ ବାଦାମବାଡ଼ି ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ତା’ ବିରୋଧରେ କଟକର ବିଭିନ୍ନ ଥାନାରେ ଏକାଧିକ ବୋମାମାଡ଼ ଓ ଅନ୍ୟାନ୍ୟ ଅପରାଧ ମାମଲା ରହିଥିବା ପୋଲିସ କହିଛି । ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe