କନକ ବ୍ୟୁରୋ: କୋରାପୁଟ ଜୟପୁରରେ ଗଞ୍ଜେଇ ମାଫିଆକୁ ପୋଲିସର ଏନକାଉଣ୍ଟର । ଅପରାଧୀ କାବୁଲ ଖରାର ଡାହାଣ ଗୋଡରେ ବାଜିଛି ଗୁଳି । ରାଜ୍ୟବାହାରୁ ଚଳାଉଥିଲା ନେଟୱର୍କ, ପିସ୍ତଲ ଓ ଗୁଳିଗୋଳା ଜବତ କରିଛି ପୁଲିସ ।
ସୂଚନା ମୁତାବକ, ଆଜି ସକାଳୁ ସକାଳୁ ହାତୀଶାଳ ଛକ ନିକଟରେ ଜୟପୁର ଟାଉନ୍ ପୁଲିସ ସହ ଗୁଳି ବିନିମୟ ଘଟି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ହେଉଛି ଗଞ୍ଜେଇ ମାଫିଆ କାବୁଲ ଖରା। ଅଭିଯୁକ୍ତ କାବୁଲ ପ୍ରଥମେ ପୁଲିସ ଉପରକୁ ୨ ରାଉଣ୍ଡ୍ ଗୁଳି ଚଳାଇ ଥିଲା। ଏହାର ଜବାବରେ ପୁଲିସ ୩ ରାଉଣ୍ଡ୍ ଗୁଳି ଚଳାଇ ଥିଲା। ପୁଲିସ ଗୁଳି ବାଜି ତା’ର ଡାହଣ ଗୋଡ଼ରେ କ୍ଷତ ହୋଇଛି। ଚିକିତ୍ସା ପାଇଁ ତାକୁ ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।
ରାଜ୍ୟ ବାହାରୁ ଚୋରା ଗଞ୍ଜେଇ ଚାଲାଣ ନିୟନ୍ତ୍ରଣ କରୁଥିବା କାବୁଲ ନାମରେ ଜୟପୁର ଟାଉନ୍, ସଦର, ବୋରିଗୁମା ଏବଂ ନବରଙ୍ଗପୁର ଥାନାରେ ପାଞ୍ଚରୁ ଅଧିକ ମାମଲା ରହିଛି। ଅଭିଯୁକ୍ତ ଠାରୁ ଗୋଟିଏ ୭ ଏମଏମ୍ ପିସ୍ତଲ ଏବଂ ଅଫୁଟା ଗୁଳି ଜବତ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ସୁଇଫ୍ଟ୍ ଡିଜାୟାର୍ କାର୍ ମଧ୍ୟ ଜବତ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/POLICE-2.jpg)
/kanak/media/post_attachments/wp-content/uploads/2019/07/vlcsnap-2019-07-17-08h07m09s843-300x165.png)
/kanak/media/post_attachments/wp-content/uploads/2019/07/IMG-20190717-WA0008-300x225.jpg)