କନକ ବ୍ୟୁରୋ : ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରୋନା ବିରୋଧୀ ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ ହୋଇଛି । ଟିକା ଉତ୍ପାଦନ କରୁଥିବା ଡକ୍ଟର ରେଡିସ କମ୍ପାନି, ଗୋଟିଏ ପାଉଚର ଦାମ ୯୯୦ ଟଙ୍କା ସ୍ଥିର କରିଛି । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସରକାରୀ ହସ୍ପିଟାଲଗୁଡିକୁ ରିହାତି ଦରରେ ଔଷଧ ଯୋଗାଇ ଦିଆଯିବ ବୋଲି କମ୍ପାନି କହିଛି । ଜୁନ ମଧ୍ୟ ଭାଗରେ ଏହାକ ବ୍ୟବସାୟିକ ଲଂଚ କରାଯିବ ।
ଭାରତୀୟ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଡିଆରଡିଓ ଏବଂ ହାଇଦ୍ରାବାଦସ୍ଥିତ ଡକ୍ଟର ରେଡିସ ଲାବ୍ରୋଟୋରୀ ପକ୍ଷରୁ ଏହି ଔଷଧକୁ ପ୍ରସ୍ତୁତ କରାଯାଇଛି । ଏହା ପାଉଡର ଆକାରରେ ପାଉଚରେ ଉପଲବ୍ଧ ହେଉଥିବାବେଳେ କରୋନା ଆକ୍ରାନ୍ତଙ୍କୁ ଖାଇବା ପାଇଁ ଦିଆଯାଉଛି । ଭାରତୀୟ ଔଷଧ ନିୟନ୍ତ୍ରକ ଡିଜିସିଆଇ ଏହାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବାପରେ ଗତ ମେ ୧୭ ତାରିଖରେ ଏହି ଔଷଧର ଶୁଭାରମ୍ଭ କରିଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/22-13.jpg)