ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ । ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ମୋଦୀ ।

124

କନକ ବ୍ୟୁରୋ: ମିଶନ ଦିବ୍ୟାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଅପରାହ୍ନରେ ଟୁଇଟ୍ କରି ମୋଦୀ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦୀ ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆମର ଗର୍ବ । ଏମଆଇଆରଭି ଜ୍ଞାନକୌଶଳ ସହ ନିର୍ମାଣ ହେଇଥିବା ଏହି ମିସାଇଲର ସଫଳ ପରୀକ୍ଷଣ ହେଇଛି । ସ୍ୱଦେଶୀ ରୂପେ ବିକଶିତ ହେଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ ହେଇଛି ବୋଲି ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।