ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା : ରାତିରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କଲ୍‌

179

କନକ ବ୍ୟୁରୋ : ଆଇଏସ୍‌ଆଇ ଯୁବତୀ ଏଜେଣ୍ଟକୁ ବାହା ହେବାପାଇଁ ଆଇଟିଆର୍‌ ତଥ୍ୟ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଠିକା ଏସି ଅପରେଟର ବସନ୍ତ ବେହେରାକୁ ନିଶା ଘାରିଥିଲା । ୫୨ ବର୍ଷ ବୟସ୍କ ବସନ୍ତ ସେହି ଯୁବତୀର ମାୟାଜାଲରେ ସଂପୂର୍ଣ୍ଣ ଫସି ଯାଇଥିଲା। ଯୁବତୀ ଜଣକ ନିଜକୁ ଇ˚ଲଣ୍ତରେ ରହୁଥିବା ତଥା ପ୍ରତିରକ୍ଷା ରିସର୍ଚ୍ଚ ସ୍କଲାର‌ ବୋଲି କହୁଥିଲା । ସେ ହିଁ ଦୁବାଇର ଏକ ବ୍ୟାଙ୍କ୍‌ ଆକାଉଣ୍ଟରୁ ବସନ୍ତ ଆକାଉଣ୍ଟକୁ ୩୮ ହଜାର ଟଙ୍କା ପଠାଇଥିଲା । ବସନ୍ତ ସହିତ ଆଉ ଜଣେ ଆଇଟିଆର କର୍ମଚାରୀ ବି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରେମ ଜାଲରେ ଫାସ ପକାଇ ଉକ୍ତ ପାକିସ୍ତାନୀ ମହିଳା ଏଜେଣ୍ଟ ଚାନ୍ଦିପୁରରେ ପରୀକ୍ଷା ହେଉଥିବା ‘ପାଇଲଟ୍‌ବିହୀନ’ ବିମାନର ତଥ୍ୟ ଚୋରି କରି ନେଇଥିବା ବି ଏବେ ସନ୍ଦେହ କରାଯାଉଛି ।

ପାକିସ୍ତାନୀ ଗୁଇନ୍ଦା ସ˚ସ୍ଥା ଆଇଏସଆଇର ମହିଳା ଏଜେଣ୍ଟ ୫ଟି ନକଲି ଫେସବୁକ ଆକାଉଣ୍ଟ ୨୦୨୦ ଫେବ୍ରୁଆରିରୁ ଖୋଲି ଏମାନଙ୍କ ସହ ସଂପର୍କରେ ଥିବା କୁହାଯାଉଛି । ପ୍ରଥମ ଆକାଉଣ୍ଟରେ ସେ ନିଜକୁ ବେଙ୍ଗାଲୁରର ବାସିନ୍ଦା ଏବଂ ଇ˚ଲଣ୍ତରେ ରହୁଥିବା କହିଥିଲା। ଦ୍ବିତୀୟ ଆକାଉଣ୍ଟରେ ନିଜକୁ ରାଜସ୍ଥାନୀ କହିଥିବାବେଳ ଇ˚ଲଣ୍ତର ଲିଭରପୁଲ୍‌ ସହରରେ ଡିଫେନ୍ସ ଷ୍ଟଡି କରୁଥିବା କହିଥିଲା । ତୃତୀୟ ଆକାଉଣ୍ଟରେ ସେ ଚଣ୍ଡୀଗଡ଼ ଡିଫେନ୍ସ ଏକାଡେମିରେ ଲୋୟର ଡିଭିଜନ୍‌ କ୍ଲର୍କ ଥିବା କହିଥିଲା । ଚତୁର୍ଥ ଆକାଉଣ୍ଟର ଆଣ୍ତାମାନ୍‌ ନିକୋବର ଦ୍ବୀପପୁଞ୍ଜର ପୋର୍ଟବ୍ଲେୟାର ସହରରେ ନର୍ସ ଥିବା କହିଥିଲା । ପଞ୍ଚମ ଆକାଉଣ୍ଟରେ ନିଜକୁ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ତିଆର ଅଧିକାରୀ ଭାବେ ପରିଚୟ ଦେଇଥିଲା। ଏହି ପାକିସ୍ତାନୀ ମହିଳା ଏଜେଣ୍ଟ ଉଭୟ ହିନ୍ଦୀ ଓ ଇ˚ରାଜୀ ଭାଷାରେ କଥା ହେଉଥିଲା । ସବୁଠାରୁ ରୋଚକ କଥା ହେଉଛି ଜଣେ ମହିଳା ଭିନ୍ନ ଭିନ୍ନ ଆକାଉଣ୍ଟରୁ ଆଇଟିଆରର ୫ କର୍ମଚାରୀଙ୍କ ସହିତ କଥା ହେଉଥିଲେ ମଧ୍ୟ ମହିଳାଙ୍କ ସହିତ ଏଭଳି ସମ୍ପର୍କ ଯୋଡ଼ିଥିବା ଘଟଣା ଏହି ୫ କର୍ମଚାରୀ କେହି କାହାକୁ ନକହି ଗୁପ୍ତ ରଖିଥିଲେ। ମହିଳା ଜଣକ ବିଳମ୍ବିତ ରାତିରେ ଅଶ୍ଳୀଳ ଭିଡିଓ କଲ୍‌ କରି ଏମାନଙ୍କୁ ପ୍ରଭାବିତ ବି କରିଥିବା କୁହାଯାଉଛି ।

ଯେଉଁ କମ୍ପ୍ୟୁଟର ଏବ˚ ମୋବାଇଲରୁ ପାକିସ୍ତାନୀ ମହିଳା ଏଜେଣ୍ଟ ୫ଟି ଫେସବୁକ ଆକାଉଣ୍ଟ ଖୋଲିଥିଲା, ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଉକ୍ତ କମ୍ପ୍ୟୁଟର ଏବ˚ ମୋବାଇଲର ଆଇପି ଜାଣିବା ପାଇଁ ଫେସବୁକ ସହିତ ଯୋଗାଯୋଗରେ ଅଛି । ଫେସବୁକ ହିଁ ସ୍ପଷ୍ଟ କରିବ ଏହି ଆକାଉଣ୍ଟ କେଉଁ ଠିକଣାରୁ ଖୋଲି ନିୟନ୍ତ୍ରଣ କରାଯାଉଥିଲା । ହ୍ବାଟସଆପ୍‌ ସହିତ ବି ଯୋଗାଯୋଗରେ ରହିଛି କ୍ରାଇମବ୍ରାଞ୍ଚ । ଉଭୟ ସ˚ସ୍ଥାର ସହାୟତାରେ କ୍ରାଇମବ୍ରାଞ୍ଚ ମହିଳାର ଠିକଣା ଚିହ୍ନଟ ପାଇଁ ଉଦ୍ୟମ କରୁଛି । ଅଧିକ ପ୍ରମାଣ କ୍ରାଇମବ୍ରାଞ୍ଚର ହସ୍ତଗତ ହେଲେ ଏହି ମାମଲା ଏନଆଇଏ ହାତକୁ ଯିବାର ସମ୍ଭାବନା ରହିଛି । ଅନ୍ୟପଟେ ୟୁକେରୁ ଆସିଥିବା ଫୋନ୍‌ ନମ୍ବରକୁ ନେଇ କ୍ରାଇମବ୍ରାଞ୍ଚ ଦ୍ବନ୍ଦ୍ବରେ ପଡ଼ିଛି । ହନିଟ୍ରାପ୍‌ କରୁଥିବା ପାକିସ୍ତାନର ଆଇଏସଆଇ ଏଜେଣ୍ଟ କେବେ ହେଲେ ପାକିସ୍ତାନ ନମ୍ବରରୁ ଫୋନ୍‌ କରୁନ ଥିବାବେଳେ ଏମାନେ ବାହାର ଦେଶର ଫୋନ୍‌ ନମ୍ବରରୁ ଫୋନ୍‌ କରି ନଜର ହଟାଇବା ପାଇଁ ଏଭଳି ଉଦ୍ୟମ କରୁଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଅନ୍ୟପଟେ ରସୁଲଗଡ଼ ଫରେନସିକ୍‌ ସାଇନ୍ସ ଲାବରେଟୋରିରେ ଅଭିଯୁକ୍ତଙ୍କ ୫ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଲାପଟପ୍‌କୁ ଯାଞ୍ଚ କରାଯାଉଛି । ଅନେକ ଡାଟା ଏଥିରୁ ଡିଲିଟ୍‌ ହୋଇଥିବା ସନ୍ଦେହ କରାଯାଉଛି । ଲାବରେଟୋରି ରିପୋର୍ଟ ଆସିଲେ ପୁଣି ଏହି ୫ ଜଣଙ୍କୁ ଅଧିକ ଦିନ ରିମାଣ୍ତରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ଯୋଜନା କରିଛି ।