ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ

ସିଆଚୀନ ଓ ପୂର୍ବ ଲଦାଖରେ ସେନାକୁ ହେବ ସହାୟକ

136

କନକ ବ୍ୟୁରୋ: ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ । ଏହାରି ଭିତରେ ଆଶ୍ୱସ୍ତି ଆଣିଛି ଡିଆରଡିଓର ହିଟର । ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହି ହିଟର କରିବ ପ୍ରତିହତ । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର ।

ସୁଉଚ୍ଚ ଲଦାଖ, ସିଆଚୀନ ପରି ସ୍ଥାନରେ ମୁତୟନ ଅଛନ୍ତି ଭାରତୀୟ ସେନା । ଚୀନ ସହ ସୀମାରେ ଉତେଜନା ପ୍ରକାଶ ପାଇବା ପରେ ଏହି ଅଂଚଳରେ ଅଧିକ ଯବାନ ଓ ଯୁଦ୍ଧାସ୍ତ୍ର ମୁତୟନ କରାଯାଇଛି । ଆନୁଷଙ୍ଗିକ ବ୍ୟବସ୍ଥା ବି କରାଯାଇଛି । କିନ୍ତୁ ଯବାନଙ୍କ ପାଇଁ ସମସ୍ୟା ହେଉଛି ମାତ୍ରାଧିକ ଥଣ୍ଡା । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର । ଏଥିପାଇଁ ବେଶ୍ କମ୍ ଇନ୍ଧନ ଆବଶ୍ୟକ ହେଉଥିବା ବେଳେ ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହା ପ୍ରତିହତ କରିବାକୁ ସକ୍ଷମ । ଏହାକୁ କମ୍ ତାପମାତ୍ରା ଅଂଚଳରେ ଖଂଜାଯିବ ବୋଲି ସୂଚନା ମିଳିଛି ।

କେବଳ ହିମ ତାପକ ଭାବେ ପରିଚିତ ବୁଖାରୀ ହିଟର ସହ ସ୍ନୋମେଲ୍ଟର ପରି ଯନ୍ତ୍ର ବିକାଶ କରିଛି ଡିଆରଡିଓ । ଏହାସହ ସ୍ୱତନ୍ତ୍ର ପିଠି ବ୍ୟାଗ୍ ବା ବ୍ୟାକ୍ ପେକ୍ ମଧ୍ୟ ତିଆରି ହୋଇଛି । ଏହା ସେନାର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି । ବୁଖାରୀକୁ ଡିଆରଡିଓର ଡିଫେନ୍ସ ଇଷ୍ଟିଚ୍ୟୁୁଟ ଅଫ ଫିଜିଓଲୋଜି ଓ ଆଲାଏଡ ସାଇନ୍ସେସର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ତେବେ ଲଦାଖ ସୀମାରେ ଥିବା ସେନାଙ୍କ ପାଖରେ ବର୍ତମାନ ୨୦ ହଜାର ବୁଖାରୀ ରହିଛି । ସେନା ପାଇଁ ଏହି ତାପକ ଯନ୍ତ୍ର କିଣିବା ପାଇଁ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛି ପ୍ରତିରକ୍ଷା ବିଭାଗ ।