ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ । 

Advertisment
ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ । 

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍‌ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ ଏହାର ମାରକ କ୍ଷମତା ରହିଛି ।

ଆଡଭାନ୍ସଡ୍‌ ଟାୱଡ୍‌ ଆର୍ଟିଲାରୀ ଗନ୍‌ ସିଷ୍ଟମର ଓଜନ ୧୮ ଟନ୍‌। ବିଶ୍ୱରେ ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଗଡ଼େ ସୂଚନା ଦେଇଛନ୍ତି । ୨୦୧୯ ମସିହାରୁ ଏହାକୁ ସ୍ଥଳସେନାରେ ବ୍ୟବହାର କରାଯାଉଛି। ଏଥିରେ ବିଭିନ୍ନ ଦିଗକୁ ବିକାଶ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି। ଏହି ତୋପର ପରୀକ୍ଷଣ ଚୀନ୍ ଓ ପାକିସ୍ତାନ ସୀମା ନିକଟରେ ଭାରତ ପୂର୍ବରୁ ପରୀକ୍ଷା କରିଛି । ଯେଉଁ ପରୀକ୍ଷଣରେ ୨ ହଜାରରୁ ଅଧିକ ଗୁଳି ଫୁଟିଥିଲା । ଏହି ତୋପ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରିପାରେ ।  ପ୍ରତିରକ୍ଷା କ୍ଷେତ୍ରରେ ଏଟିଏଜିଏସ୍‌ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe