ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।

Advertisment
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।

କନକ ବ୍ୟୁରୋ : ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ-ଏନଜି ବା ନୂଆ ପିଢୀର ଆକାଶ କ୍ଷେପଣାସ୍ତ୍ର। ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ସଫଳ ହୋଇଥିବା ସୂଚନା ମିଳିଛି।

ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର। ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା। ଏଥିରେ ୬୦ କିଲୋ ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଖାସକରି ଭାରତୀୟ ବାୟୁସେନା ପାଇଁ ଏହାକୁ ନିର୍ମାଣ କରାଯାଇଛି । ସୀମାରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଉଥିବା ବେଳେ ‘ଆକାଶ-ଏନଜି’ର ସଫଳ ପରୀକ୍ଷଣ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe