କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ଲିକ ମାମଲା, କଟକରେ ପହଞ୍ଚିଲେ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଲେ ଡିଆରଡିଓ ଅଭିଯୁକ୍ତ । ୫ ଜଣ ଅଭିଯୁକ୍ତଙ୍କୁ ଧରି ପହଞ୍ଚିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।
ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ ଟିମ୍ । କାହାକୁ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି କି ନାହିଁ ଏସବୁ ଦିଗ ଉପରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ । ଜଣେ ଅତିରିକ୍ତ ଏସିପି, ଜଣେ ସାଇବର ଇନସପେକ୍ଟର, ଆଉ ଜଣେ ଏସଆଇଙ୍କୁ ନେଇ ଗଠନ ହୋଇଛି ଟିମ୍ । ତେବେ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହଯୋଗ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ।
କେନ୍ଦୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବ । ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଂଚ ଆବେଦନ କରିଥିବା ବେଳେ ଆଜି ବାଲେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-18-22h10m39s371.png)