ଡିଆରଡିଓ ପ୍ରସ୍ତୁତ କଲା ଡିପକୋଭ୍ୟାନ୍ କିଟ୍ । ମାତ୍ର ୭୫ ଟଙ୍କାରେ ମାପି ପାରିବେ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି

1,315

କନକ ବ୍ୟୁରୋ :  କରୋନା ବିରେଧି ଲଢେଇରେ ଡିଆରଡିଓକୁ ଏକ ବଡ ସଫଳତା ମିଳିଛି । ୨-ଡିଜି ଭଳି ଔଷଧ ପ୍ରସ୍ତୁତ କରିବା ପରେ ସଂସ୍ଥାନ ପକ୍ଷରୁ ଏବେ କରୋନା ବିରୋଧରେ ଲଢେଇ କରିବାକୁ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି ତାହା ମାପିବାକୁ ଡିଆରଡିଓ ପକ୍ଷରୁ ପକ୍ଷରୁ ଡିପକୋଭ୍ୟାନ ନାମରେ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ କୁ ଦିଲ୍ଲୀର ବେନଗାର୍ଡ ଡାଇଗ୍ନୋଷ୍ଟିକ ସହାୟତାରେ ବିକଶିତ କରାଯାଇଛି ।

ଏହି କିଟ୍ ମାଧ୍ୟମରେ ଆପଣ ଜାଣିପାରିବେ କି, ଆପଣଙ୍କ ଶରୀରରେ କରୋନା ବିରୋଧରେ ଲଢେଇ କରିବାକୁ ଏଣ୍ଟିବଡି ବା ପ୍ଲାଜମା ଅଛି କି ନାହିଁ । ବର୍ତ୍ତମାନ ଏହି କିଟ୍ ୧ ହଜାରରୁ ଅଧିକ ଲୋକଙ୍କ ଶରୀରରେ ପରୀକ୍ଷା କରାଯିବ । ଆଇସିଏମଆର ଏହି କିଟ୍ କୁ ଏପ୍ରିଲ ମାସରେ ମଞ୍ଜୁରୀ ପ୍ରଦାନ କରିଥିଲା । ଏହାସହ ଡିସିଜିଆଇ ମେ ମାସରେ ଏହାର ବ୍ୟବହାରକୁ ଅନୁମତି ଦେଇଥିଲା । ସୂଚନା ମୁତାବକ ଜୁନମାସ ପ୍ରଥମ ସପ୍ତାହରେ ଏହି କିଟ୍ ବଜାରରେ ଉପଲବ୍ଧ ହେବ ଓ ପ୍ରତି କିଟ୍ ର ମୂଲ୍ୟ ୭୫ ଟଙ୍କା ରହିବ ।

କହିରଖୁ କି ଏହାପୂର୍ବରୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କରୋନାରୋଧୀ ଔଷଧ ୨- ଡିଜି କୁ ମେ ୧୭ ତାରିଖରେ ଲଂଚ କରାଯାଇଥିଲା । ଡିଆରଡିଓ ତରଫରୁ କୁହାଯାଇଥିଲା କି ଏହି ଔଷଧ କରୋନା ସଂକ୍ରମିତଙ୍କ ଶରୀରରେ ଦେଖାଦେଉଥିବା ଅକ୍ସିଜେନ ଅଭାବକୁ ଦୂର କରିବ । କରୋନାରେ ମଧ୍ୟମ ଓ ଗମ୍ଭୀର ଭାବେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଠାରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି ।