ନିଜ ସଂଘର୍ଷ କାହାଣୀ ବଖାଣିଲେ ଦ୍ରୌପଦୀ ମୁର୍ମୁ: କହିଲେ, କେମିତି ବଣ ଜଙ୍ଗଲ ଘେରା ଗାଁରେ କଟିଥିଲା ପିଲାଦିନ

190

କନକ ବ୍ୟୁରୋ: ଦେଶର ପ୍ରଥମ ନାଗରୀକ ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଦିଲ୍ଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ସଂଘର୍ଷମୟ କାହାଣୀ ନିଜେ ବଖାଣିଛନ୍ତି । କହିଛନ୍ତି, ଗାଁରେ କେମିତି କଟିଥିଲା ତାଙ୍କ ପିଲା ଦିନର ଜୀବନ ।

ପିଲାବେଳୁ ଆଜି ପର୍ଯ୍ୟନ୍ତ ଅଂଗେ ନିଭାଇଥିବା କଥାକୁ ଗୋଟି ଗୋଟି କହିଛନ୍ତି ଦ୍ରୌପଦୀ ମୁର୍ମୁ । କହିଛନ୍ତି ତାଙ୍କ ଗାଁକୁ କେମିତି ରାସ୍ତା ନଥିଲା, ସାମାନ୍ୟ ଚିକିିତ୍ସା ପାଇଁ ନଦୀ ପାର ହେବାକୁ ପଡୁଥିଲା । ଆଉ ବର୍ଷା ଦିନେ ଯେତେବେଳେ ନଦୀ ଉଛୁଳୁଥିଲା ସେତେବେଳେ କେମିତି ତାଙ୍କ ଗାଁର ଲୋକଙ୍କ ଦୁଃଖ ଯନ୍ତ୍ରଣା ବଢ଼ି ଯାଉଥିଲା ।

କେବଳ ଏତିକି ନୁହେଁ ତାଙ୍କ ନିଜ ବ୍ୟକ୍ତିଗତ ଜୀବନରେ ଘଟିଥିବା ସଂଘର୍ଷର କାହାଣୀକୁ ମଧ୍ୟ ବଖାଣିଛନ୍ତି । ବିରୋଧୀ ଦଳଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିବା ଦ୍ରୌପଦୀ ମୁର୍ମୁଙ୍କ ଅଂଗେନିଭା କଥା ଯିଏ ଶୁଣିବ ତା ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ । ଆଉ ଜଣେ ସାଧାରଣ ମଣିଷ ସଂଘର୍ଷ କରି କେମିତି ସର୍ବୋଚ୍ଚ ସ୍ଥାନରେ ପହଁଚିପାରେ ସେଥିପାଇଁ ବାଟ ଦେଖାଇବ ।