ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ଭାବେ ସୁଯୋଗ ଦେଇଥିବାରୁ ଜଣାଇଲେ ଧନ୍ୟବାଦ ।

209

କନକ ବ୍ୟୁରୋ: ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର କରିବେ ଦାଖଲ । ଆତୃଣମୂଳ ସ୍ତରରୁ କାମ କରି ଜଣେ ଭଲ ରାଜନେତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଉ ଏଥିପାଇଁ ତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି ।

ସାରା ଦେଶ ଦ୍ରୋପଦୀଙ୍କ ପ୍ରାର୍ଥୀତ୍ୱ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ଶ୍ରୀମତି ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ୍ କରି ପାରନ୍ତି ଦ୍ରୌପଦୀ ମୁର୍ମୁ ।