ନିଜର ଫେକ ଭିଡିଓ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହା ତାଙ୍କର ଅରିଜିନାଲ ଭିଡିଓ ନୁହେଁ । AI ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ତାଙ୍କ ନିରବତାକୁ ଭାଙ୍ଗି ଟ୍ଵିଟରରେ ଏକ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଭିନେତ୍ରୀ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି ଯେ ଏହି ପ୍ରକାର ହୀନ କାର୍ଯ୍ୟ ଦ୍ୱାରା ସେ ଅତ୍ୟନ୍ତ ଦୁଃଖିତ । ଏହା ଅତ୍ୟନ୍ତ ଭୟଙ୍କର ଏବଂ ଭୟାନକ ଜିନିଷ । ଲୋକମାନେ ରଶ୍ମିକା ମନ୍ଦାନାଙ୍କ ଏହି ପୋଷ୍ଟକୁ ବହୁମାତ୍ରାରେ ପଢୁଛନ୍ତି ଏବଂ ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।
ମୁଁ ବହୁତ ଦୁଃଖିତ
ରଶ୍ମିକା ମନ୍ଦନା ଟ୍ୱିଟ୍ କରି ଲେଖିଛନ୍ତି- ‘ଏହା କହିବା ପାଇଁ ମଧ୍ୟ ମୁଁ ବହୁତ କଷ୍ଟ ଅନୁଭବ କରୁଛି । ଏହା ମୋର ଡିପଫେକ ଭିଡିଓ ବିଷୟରେ ଯାହା ଅନଲାଇନରେ ଭାଇରାଲ ହେଉଛି । ଏହି ପ୍ରକାର ଘଟଣା ଅତ୍ୟନ୍ତ ଭୟାନକ ଏବଂ ଭୟଙ୍କର ଅଟେ । ଏହା କେବଳ ମୋ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜନକ ଅଟେ । ଟେକ୍ନୋଲୋଜିର ଏପରି ଦୁରୂପୋଯୋଗ କରିବା ଠିକ୍ ନୁହେଁ ।
କଣ ଅଛି ଏହି ଡିପଫେକ ଭିଡିଓରେ
ଏହି ଭିଡିଓରେ ଦେଖାଯାଉଛି ଯେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଠିକ ଏକ ଲିଫ୍ଟ ବନ୍ଦ ହେବାସମୟରେ ଲିଫ୍ଟ ଭିତରକୁ ପଶି ଆସୁଛନ୍ତି । ସେ କଳା ରଙ୍ଗର ଟାଇଟ ଏକ୍ସପୋଜିଙ୍ଗ ଜିମ ପୋଷାକ ପିନ୍ଧିଛନ୍ତି । ଏହି ଭିଡିଓ ଯେମିତି ଭାଇରାଲ ହେଲା । ଲୋକମାନେ ତୁରନ୍ତ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । କିନ୍ତୁ ପରେ ଜଣାପଡ଼ିଲା ଯେ ଭିଡିଓରେ ଥିବା ଝିଅ ଜଣକ ରଶ୍ମିକା ନୁହନ୍ତି । ତାଙ୍କ ମୁହଁକୁ ନେଇ ଅନ୍ୟ ଜଣକ ଶରୀରରେ ଯୋଡ଼ା ଯାଇ ଏଡିଟିଂ କରାଯାଇଛି । ଏହାକୁ ଡିପଫେକ ଭିଡିଓ କୁହନ୍ତି । ଭିଡିଓରେ ଦେଖା ଯାଉଥିବା ଝିଅ ଜଣକ ହେଲେ ଜାରା ପଟେଲ । ଇନଷ୍ଟାଗ୍ରାମରେ ତାଙ୍କର ମାତ୍ର ୪୧୮ ଜଣ ଫଲୋୟର ଅଛନ୍ତି ।