ନିଜର ଫେକ ଭିଡିଓ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହା ତାଙ୍କର ଅରିଜିନାଲ ଭିଡିଓ ନୁହେଁ । AI ସାହାଯ୍ୟରେ ଏହା ପ୍ରସ୍ତୁତ ହେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ।

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ତାଙ୍କ ନିରବତାକୁ ଭାଙ୍ଗି ଟ୍ଵିଟରରେ ଏକ ପୋଷ୍ଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଭିନେତ୍ରୀ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି ଯେ ଏହି ପ୍ରକାର ହୀନ କାର୍ଯ୍ୟ ଦ୍ୱାରା ସେ ଅତ୍ୟନ୍ତ ଦୁଃଖିତ ।  ଏହା ଅତ୍ୟନ୍ତ ଭୟଙ୍କର ଏବଂ ଭୟାନକ ଜିନିଷ ।  ଲୋକମାନେ ରଶ୍ମିକା ମନ୍ଦାନାଙ୍କ ଏହି ପୋଷ୍ଟକୁ ବହୁମାତ୍ରାରେ ପଢୁଛନ୍ତି ଏବଂ ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ମୁଁ ବହୁତ ଦୁଃଖିତ

ରଶ୍ମିକା ମନ୍ଦନା ଟ୍ୱିଟ୍ କରି ଲେଖିଛନ୍ତି- 'ଏହା କହିବା ପାଇଁ ମଧ୍ୟ ମୁଁ ବହୁତ କଷ୍ଟ ଅନୁଭବ କରୁଛି । ଏହା ମୋର ଡିପଫେକ ଭିଡିଓ ବିଷୟରେ ଯାହା ଅନଲାଇନରେ ଭାଇରାଲ ହେଉଛି ।  ଏହି ପ୍ରକାର ଘଟଣା ଅତ୍ୟନ୍ତ ଭୟାନକ ଏବଂ ଭୟଙ୍କର ଅଟେ ।  ଏହା କେବଳ ମୋ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜନକ ଅଟେ । ଟେକ୍ନୋଲୋଜିର ଏପରି ଦୁରୂପୋଯୋଗ  କରିବା ଠିକ୍ ନୁହେଁ ।

କଣ ଅଛି ଏହି ଡିପଫେକ ଭିଡିଓରେ

ଏହି ଭିଡିଓରେ ଦେଖାଯାଉଛି ଯେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଠିକ ଏକ ଲିଫ୍ଟ ବନ୍ଦ ହେବାସମୟରେ ଲିଫ୍ଟ ଭିତରକୁ ପଶି ଆସୁଛନ୍ତି । ସେ କଳା ରଙ୍ଗର ଟାଇଟ ଏକ୍ସପୋଜିଙ୍ଗ ଜିମ ପୋଷାକ ପିନ୍ଧିଛନ୍ତି ।  ଏହି ଭିଡିଓ ଯେମିତି ଭାଇରାଲ ହେଲା । ଲୋକମାନେ ତୁରନ୍ତ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । କିନ୍ତୁ ପରେ ଜଣାପଡ଼ିଲା ଯେ ଭିଡିଓରେ ଥିବା ଝିଅ ଜଣକ ରଶ୍ମିକା ନୁହନ୍ତି । ତାଙ୍କ ମୁହଁକୁ ନେଇ ଅନ୍ୟ ଜଣକ ଶରୀରରେ ଯୋଡ଼ା ଯାଇ ଏଡିଟିଂ କରାଯାଇଛି । ଏହାକୁ ଡିପଫେକ ଭିଡିଓ କୁହନ୍ତି । ଭିଡିଓରେ ଦେଖା ଯାଉଥିବା ଝିଅ ଜଣକ ହେଲେ ଜାରା ପଟେଲ । ଇନଷ୍ଟାଗ୍ରାମରେ ତାଙ୍କର ମାତ୍ର ୪୧୮ ଜଣ ଫଲୋୟର ଅଛନ୍ତି ।