ଭୁବନେଶ୍ୱର ଏମ୍ସରେ ହେଲା ମୃତ ଛାତ୍ର ଜ୍ୟୋତିପ୍ରକାଶଙ୍କ ଶବ ବ୍ୟବଚ୍ଛେଦ

ହସ୍ପିଟାଲରେ ପହଂଚି ମୃତଦେହକୁ ଚିହ୍ନଟ କରିଥିଲେ ବାପା, ମାଉସୀ ଓ ଅଜା; ୧୯ଘଂଟା ପାଣିରେ ରହିବା ପରେ ମୃତଦେହ ଫୁଲିଯାଇଥିବାରୁ ଚିହ୍ନଟ ପାଇଁ ହୋଇଥିଲା ସମସ୍ୟା

321

କନକ ବ୍ୟୁରୋ : କୁନି ପୁଅକୁ କେବେ ଏମିତି ଦେଖିବାକୁ ମିଳିବ ତାହା କେହି କେବେ କଳ୍ପନା ବି କରିନଥିଲେ । ଜୀବନ ଯାତ୍ରାରେ ଖୁବ୍ କମ୍ ବାଟ ଚାଲି ପୁଅ ଏମିତି ଏକ ମୃତ୍ୟୁର ଶିକାର ହେବ ତାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଘର ପାଖ ମୁକୁଳା ନାଳରେ ପଡ଼ି ୧୫ ବର୍ଷୀୟ ଜ୍ୟୋତିଙ୍କ ଜୀବନ ଦୀପ ଲିଭିଯାଇଛି । ଆଉ ଭୁବନେଶ୍ୱର ଏମ୍ସରେ ପୁତୁରାର ମୃତଦେହ ଦେଖି ନିର୍ବାକ ହୋଇଯାଇଛନ୍ତି ମାଉସୀ । ତେବେ ଏମ୍ସରେ ଜ୍ୟୋତିପ୍ରକାଶଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ତା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉଛି ।

ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ । ପୁଅର କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ମା’ ।୧୯ ଘଂଟା ଅପରେସନ ପରେ ମୃତ ଦେହ ଠାବ କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶରୀର ଫୁଲି ଯାଇଥିବାର ଜ୍ୟୋତି ପ୍ରକାଶଙ୍କ ମୃତ ଦେହକୁ ପ୍ରଥମେ ଚିହ୍ନିବା କଷ୍ଟକର ହୋଇଥିଲା । ମୃତ ଦେହକୁ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡକାଯାଇଥିଲା । ଏମ୍ସକୁ ଜ୍ୟୋତିଙ୍କ ମାଉସୀ, ଅଜା ଆସି ମୃତ ଦେହ ଚିହ୍ନଟ କରିଥିଲେ । ସେପଟେ ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଉଛନ୍ତି ମାଆ । ଜ୍ୟୋତି ତାଙ୍କୁ ଝାଡ଼ି ଏମିତି ଚାଲିଯିବ ଏକଥାକୁ ଗ୍ରହଣ କରିପାରୁନାହାନ୍ତି ମଆ । ପୁଅର କଥା ମନେ ପକାଇ ବାହୁନି କାନ୍ଧୁଛି ମାଆ ।