କନକ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଲହଡ଼ା ମାରୁଛି ପେଜନଳା ପେଜ । ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭକ୍ତ । ସକାଳୁ ସକାଳୁ ମଙ୍ଗଳା ଆଳତି ନୀତି ପରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ସିଂହଦ୍ୱାର ଆଗରୁ ପେଜ ସଫା କରିବା ପାଇଁ ସଫେଇ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି । ପେଜ ଜମି ରହୁଥିବାରୁ ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ମଧ୍ୟ ବହୁ ସମସ୍ୟା ଭୋଗୁଛନ୍ତି । ଶ୍ରୀମନ୍ଦିର ଆସୁଥିବା ଭକ୍ତ ପେଜ ମାଡି ଯିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର ଏନେଇ ଜଣାଇବା ପରେ ବି ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଲହଡ଼ି ମାରୁଛି ପେଜ ନଳାର ପାଣି; ସଫାକରିବାକୁ ନାକେଦମ୍ ସଫେଇ କର୍ମଚାରୀ, ଭକ୍ତ ହଟହଟା
/kanak/media/post_attachments/wp-content/uploads/2024/08/15-16.jpg)