ସହରବାସୀଙ୍କୁ ମୁକୁଳା ଡ୍ରେନ୍ ଡର । ଆସିଲାଣି ବର୍ଷା , ଘରେ ଡ୍ରେନ ପାଣି ପଶିବା ନେଇ ଚିନ୍ତା ।

95

କନକ ବ୍ୟୁରୋ: ଆଉ ଅଳ୍ପ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ । ଆରମ୍ଭ ହୋଇଯିବ ବର୍ଷା । କିନ୍ତୁ ଏହା ପୂର୍ବରୁ ମୁକୁଳା ଡ୍ରେନକୁ ନେଇ ବଢ଼ିଛି ଚିନ୍ତା । କାରଣ ଅନେକ ଥର କଟକ ହେଉ କି ଭୁବନେଶ୍ୱର ସବୁଠି ଏହି ମୁକୁଳା ଡ୍ରେନ ଯୋଗୁଁ ବର୍ଷା ଦିନରେ ଅଘଟଣ ଘଟିଥାଏ । ରାଜଧାନୀରେ ବର୍ଷା ହେଲେ ସବୁଠାରୁ ବଡ଼ ସମସ୍ୟା ଡ୍ରେନକୁ ନେଇ ଦେଖାଯାଏ । ତେବେ କେତେ ପ୍ରସ୍ତୁତ ବିଏମସି । କାରଣ ଅସରାଏ ବର୍ଷା ହେଲେ ଡ୍ରେନ ପାଣି ଘର ଭିତରକୁ ପଶୁଛି । ଭୁବନେଶ୍ୱରରେ ‘ଆର ଆଣ୍ଡ ବି’ ଡ୍ରେନ ୩୬୨କିଲୋମିଟରର ରହିଥିବା ବେଳେ ସେଥିରୁ ମଧ୍ୟ ୫୨କିଲୋମିଟର ସଫା କରାଯାଇଛି । ଠିକ୍ ସେହିଭଳି ମୁଖ୍ୟ ଡ୍ରେନ ୭୭କିଲୋମିଟର ରହିଥିବା ବେଳେ ମାତ୍ର ୨୨କିଲୋମିଟର ସଫା କରାଯାଇଛି । ପ୍ରତି ବର୍ଷ ବର୍ଷା ଦିନରେ ରାସ୍ତାରେ ପାଣି ଜମୁଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ । ଏସବୁ ନେଇ ଚିନ୍ତାରେ ଟ୍ୱିନ ସିଟି ବାସିନ୍ଦା ।