ପୁରୀ ସିଂହଦ୍ୱାର ଆଗରେ ଭାସୁଛି ଡ୍ରେନ୍ ପାଣି : ନଳାରେ ଓଭରଫ୍ଲୋ ଯୋଗୁଁ ସମସ୍ୟା ; ସେବାୟତ ଓ ଭକ୍ତ ଅସନ୍ତୋଷ

98

କନକ ବ୍ୟୁରୋ : ପୁରୀ ସିଂହଦ୍ୱାର ଆଗରେ ଭାସୁଛି ଡ୍ରେନ୍ ପାଣି । ସେହିବାଟ ଦେଇ ନର୍ଦ୍ଦମା ପାଣି ମାଡି ପତିତପାବନ ଦର୍ଶନ କରିବାକୁ ଯାଉଛନ୍ତି ଶ୍ରଦ୍ଧାଳୁ । ସ୍ଥାନୀୟ ଲୋକମାନେ ବି ଯାତାୟତ କରୁଛନ୍ତି । ବଡଦାଣ୍ଡରେ ଡ୍ରେନ୍ ପାଣି ଚାଲିବା ପରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଡ୍ରେନରେ ଓଭରଫ୍ଲୋ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।