କନକ ବ୍ୟୁରୋ : ଜବରଦଖଲରେ ନବରଙ୍ଗପୁର ସହର ମଧ୍ୟଭାଗ ଦେଇ ଯାଇଥିବା ମଦର ଡ୍ରେନ । କିଛି ରିଏଲଇଷ୍ଟେଟ ମାଲିକମାନେ ଡ୍ରେନକୁ କବଜା କରି ପ୍ଲଟିଂ କରି ବିକ୍ରି କରୁଛନ୍ତି । କିଛି ସ୍ଥାନରେ ଘର ତିଆରି ହୋଇ ସାରିଥିବା ଅଭିଯୋଗ ହୋଇଛି । ଫଳରେ ପୌର ସଂସ୍ଥାର ନକ୍ସାରେ ଥିବା ମଦର ଡ୍ରେନ ସଙ୍କୁଚିତ ହୋଇଯାଇଛି। ତଥାପି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ ।

Advertisment

ନବରଙ୍ଗପୁର ସହର ମଧ୍ୟରେ ରହିଛି ଦୁଇଟି ଡ୍ରେନ । ମାଝୀଗୁଡା ଠାରୁ ଆରମ୍ଭ ହୋଇଥିବା ଡ୍ରେନ ଦୁଇଟି ସହରର ମଧ୍ୟଭାଗରେ ୪ ରୁ ୫ କିଲୋମିଟର ବୁଲି ଇନ୍ଦ୍ରାବତୀ ନଦୀରେ ମିଶିଛି। ମଦର ଡ୍ରେନ୍ ନାଳ ବିଲ୍ଡରଙ୍କ କବଜାକୁ ଚାଲିଯାଇଥିବା ବେଳେ ବର୍ଷା ଋତୁ ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ ସହରର ମୁଖ୍ୟନାଳ ଗୁଡିକ ସଫା କରାଯାଇନାହିଁ । ଆଗକୁ ବର୍ଷା ବଢିଲେ, ସହର ପାଣି ଡ୍ରେନରେ ନଯାଇ ଲୋକଙ୍କ ଘରେ ପଶିବା ସହ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଡ୍ରେନ ଗୁଡ଼ିକୁ ଯଥାଶୀଘ୍ର ଜମି ମାଫିଆଙ୍କ କବଜାରୁ ପୁନଃରୁଦ୍ଧାର କରାନଗଲେ ପ୍ରତିବର୍ଷ ଭଳି ଏ ବର୍ଷବି ବର୍ଷା ଜଳକୁ ନେଇ ଧନ୍ଦି ହୋଇପାରନ୍ତି ସହରବାସୀ ।