ନବରଙ୍ଗପୁର ମାଟିରେ ସଫଳ ହୋଇଛି ଡ୍ରାଗନ ଫ୍ରୁଟସ୍ ଚାଷ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ରୁ ଦେଖି ୨ ଏକର ଜମିରେ ଡ୍ରାଗନ ଫ୍ରୁଟ୍ ଚାଷ କରିଛନ୍ତି ଜଣେ ଅଗ୍ରଣୀ ଚାଷୀ

355

କନକ ବ୍ୟୁରୋ : ନବରଙ୍ଗପୁର ମାଟିରେ ସଫଳ ହୋଇଛି ଡ୍ରାଗନ ଫ୍ରୁଟସ୍ ଚାଷ । ବିନା ସରକାରୀ ସହାୟତାରେ ୟୁଟ୍ୟୁବ୍ ରୁ ଦେଖି ୨ ଏକର ଜମିରେ ଡ୍ରାଗନ ଫ୍ରୁଟ୍ ଚାଷ କରିଛନ୍ତି ଜଣେ ଅଗ୍ରଣୀ ଚାଷୀ । ଏପରି ନୂଆ ଧରଣର ଡ୍ରାଗନ୍ ଫଳ ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ବ୍ଲକ ସିନ୍ଧିଗୁଡା ପଂଚାୟତର ଡେଙ୍ଗାଗୁଡା ଗାଁରେ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି ନବରଙ୍ଗପୁରର ଚାଷୀ ।

ଡ଼୍ରାଗନ ଫ୍ରୁଟସ ଏହି ଭିଜୁଆଲ ଦେଖିଲେ ଆପଣି ଆଶ୍ଚର୍ଯ୍ୟ ହୋଇଯିବେ । ନବରଙ୍ଗପୁରରେ ଡ୍ରାଗନ ଫ୍ରୁଟର ଏଭଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି ଦେଇଛି । ଆମେରିକା ଓ ଇଜ୍ରାଇଲ ଭଳି ଦେଶର ପାଣିପାଗରେ ବେଶ ଭଲ ଭାବରେ ହେଉଥିବା ଡ଼୍ରାଗନ ଫ୍ରୁଟ ଏବେ ଓଡ଼ିଶାରେ ବି ବେଶ ଭଲ ଭାବରେ ଫଳିଥିବା ଦେଖିବାକୁ ମିଳିଛି । କ୍ୱିବି ଫ୍ରୁଟ ଭଳି ସ୍ୱାଦ ଥିବା ଏହି ଫଳର ବଜାରରେ ବି ବେଶ ଚାହିଦା ବଢିଛି । ଆଉ ନବରଙ୍ଗପୁରରେ ଏଭଳି ଫଳ ବେଶ ଭଲ ଭାବରେ ଫଳିବା ଚାଷୀଙ୍କ ପାଇଁ ଏକ ପ୍ରେରଣା ଭଳି ହୋଇଛି ।

ପାରମ୍ପାରିକ ଚାଷ ଛାଡ଼ି ଏବେ ନୂତନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଶିକ୍ଷିତ ଯୁବ ଗୋଷ୍ଠୀ । ନୂତନ ଚାଷ ପ୍ରଣାଳୀ ଜାଣିବା ଓ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ସଫଳ ମଧ୍ୟ ହେଉଛନ୍ତି । ୟୁଟ୍ୟୁବରୁ ଡ୍ରାଗନ ଫ୍ରୁଟସ ଚାଷ ବିଷୟରେ ସର୍ଚ୍ଚ କରି ୨ ଏକର ଜମିରେ ଚାଷ କରିଛନ୍ତି ନବରଙ୍ଗପୁରର ଜଣେ ଅଗ୍ରଣୀ ଚାଷୀ । ଅନଲାଇନରେ ଇସ୍ରାଏଲରୁ ୪ ହଜାର ଚାରା ମଗାଇ ନିଜ ଜମିରେ ଲାଗଇଛନ୍ତି । ଗୋଟିଏ ଗୋଟିଏ ଚାରାର ମୂଲ୍ୟ ୪୦ ଟଙ୍କା ଦେଇ ତାଙ୍କୁ କିଣିବାକୁ ପଡ଼ିଛି । ୨ ଏକର ଜମିରେ ଏହି ଚାରା ରୋପଣ କରାଯାଇଥିବା ବେଳେ ବର୍ଷକ ପରେ ଏଥିରେ ଫଳ ଆସିଛି । ଆଗକୁ ଫଳ ବଢିବା ସହ ବିକ୍ରି ଉପଯୋଗୀ ହୋଇପାରିବ । ଗଛଟି ୪ ବର୍ଷରୁ ଅଧିକ ପୁରୁଣା ହେଲେ ଭଲ ଫଳ ଦେବ ବୋଲି କୁହନ୍ତି ଚାଷୀ ।

ସିମେଂଟ ଓ ବାଉଁଶ ଖୁଂଟ ସହାଯ୍ୟରେ ଗଛ ଗୁଡ଼ିକୁ ବାନ୍ଧି ରଖିବା ସହ ବୁନ୍ଦା ଜଳସେଚନ ପ୍ରକ୍ରିୟାରେ ଏହି ଚାଷ କରାଯାଉଛି । ଲାଲ ଓ ଧଳା ରଙ୍ଗର ଡ଼୍ରାଗନ ଫଳ ରହିଥିବା ବେଳେ ନାଲି ରଙ୍ଗର ଡ଼୍ରାଗନ ଫ୍ରୁଟସ ଚାଷ କରିଛନ୍ତି ସୁଧାଂଶୁ । ଏଥରେ ତାଙ୍କୁ ସହଯୋଗ କରନ୍ତି ତାଙ୍କ ସ୍ତ୍ରୀ କବିତା ପାଢୀ । ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ଡ଼୍ରାଗନ ଚାଷ ପାଇଁ ଜଳବାୟୁ ଅନୁକୁଳ ରହିଛି ବୋଲି କରିଛନ୍ତି କୃଷିବିତ୍ ।